ନୟାଗଡ: ନୟାଗଡ ଜିଲ୍ଲା ରଣପୁର NAC ଅନ୍ତର୍ଗତ ସୁଆଁସିଆ ସାହିର ପାଣୁ ମହାପାତ୍ର l ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ପାଣୁ l ଅଜଣା ରୋଗରେ ପୀଡିତ ପାଣୁଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ l ପାଣୁଙ୍କ ସମସ୍ୟା ବିଷୟରେ କିଛି ଦିନ ପୂର୍ବେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା l ଖବର ଦେଖି ପ୍ରିନ୍ସ ଫାଉଣ୍ଡେସନ ପାଣୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l
ସ୍ଥାନୀୟ ଅଞ୍ଚଳର କିଛି ଯୁବ ଗୋଷ୍ଠୀ, ଆଞ୍ଚଳିକ ସାମ୍ବାଦିକ ସଂଘ ରଣପୁରର ସଦସ୍ୟମାନଙ୍କର ପ୍ରୟାସ ଯୋଗୁଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସାହାଯ୍ୟ ଓ ସହଯୋଗ ଯୋଗାଇଛନ୍ତି l ରୋଗାଗ୍ରସ୍ତ ପାଣୁ ସମ୍ପର୍କରେ ବିଧାୟକ ଜାଣିବା ପରେ ତୁରନ୍ତ ତାଙ୍କ ଘରେ ପହଁଚି ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହାସହ 3 ହଜାର ଟଙ୍କା ପାଣୁଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ