ନୟାଗଡ: ଚର୍ଚ୍ଚାରେ ନୟାଗଡ ଜିଲ୍ଲା। ଗ୍ରାମବାସୀଙ୍କ ଉଦ୍ୟମରେ ଏଠି ନିର୍ମାଣ ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର । ନିଜସ୍ବ ପୁଞ୍ଜିକୁ ଏକାଠି କରି ଭବ୍ୟ ରାମ ମନ୍ଦିର ତୋଳୁଛନ୍ତି ଭାପୁର ବ୍ଲକର ଫତେଗଡ ବାସିନ୍ଦା। ରେଖ, ଭଦ୍ର , ମୋହନ ଢାଞ୍ଚାରେ ତିଆରି ହେଉଥିବା ମନ୍ଦିରର ଉଚ୍ଚତା ପ୍ରାୟ 50 ଫୁଟ । ରେଖର ଉଚ୍ଚତା 45 ଭଦ୍ରର 35 ଓ ମୋହନର ଉଚ୍ଚତା 25 ଫୁଟ ରହିଛି । ମନ୍ଦିରରେ ପୁରୀ, କୋଣାର୍କ ଓ ତାରାତାରଣୀର କାରୁକାର୍ଯ୍ୟ ଦେଖିବାକୁ ମିଳିବ । ପାର୍ଶ୍ବ୍ବ ଦେବାଦେବୀ, ମୂର୍ତ୍ତି ନିର୍ମାଣରେ ଜୋରସୋରରେ ଲାଗିଛନ୍ତି ସ୍ଥାନୀୟ କାରିଗର ।
ନୟାଗଡ ଜିଲ୍ଲାରୁ ପ୍ରାୟ 30 କିମି ଦୂର ହେବ ଫତେପୁର ଗାଁ । ମନ୍ଦିର ନିର୍ମାଣ ପୂର୍ବରୁ ଏହି ପାହାଡ ଉପରେ ଭାଗବତ ପୀଠ ଥିଲା । ବିଶ୍ବାସ ରହିଛି, ଗାଁରେ ବର୍ଷା ହେବା ପାଇଁ ଏଠାରେ ପୂଜା କରାଯାଉଥିଲା । ତେଣୁ ଏବେ ପାହାଡ କାଟି ଏଠାରେ ମନ୍ଦିର ତିଆରି କରୁଛନ୍ତି ଗ୍ରାମବାସୀ । କଳା ମୁଗୁନି ପଥର ସାଙ୍ଗକୁ ନିଖୁଣ କାରିଗରୀ । ମନ୍ଦିରର ଶୋଭାକୁ ଦ୍ବିଗୁଣିତ କରୁଛି । ମନ୍ଦିରକୁ ସମ୍ପୂର୍ଣ୍ଣ ହେବାକୁ ଆହୁରି ବର୍ଷେ ସମୟ ଲାଗିବ । ତେଣେ ମନ୍ଦିର ନିର୍ମାଣ ପରେ ଫତେପୁର ଦ୍ବିତୀୟ ଅଯୋଧ୍ୟା ହେବ ଗ୍ରାମାବାସୀ କହିଛନ୍ତି ।
ତେବେ ପାହାଡ ଉପରେ ଛିଡା ହୋଇଥିବା ଏହି ଭବ୍ୟ ମନ୍ଦିର ଆଗାମୀ ଦିନରେ ପର୍ଯ୍ୟଟନର ନୂଆ ଏକ ପେଣ୍ଠସ୍ଥଳୀ ଭାବେ ଉଦ୍ଭା ହୋଇପାରେ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ