ETV Bharat / state

ରାଜସୁନାଖଳା ରାସ୍ତାକଡ ପାଲଟିଛି ଡମ୍ପିଂୟାର୍ଡ

author img

By

Published : Dec 4, 2020, 9:55 AM IST

ଗାଁ ମୁଣ୍ଡ ଆବର୍ଜନାରେ ଭର୍ତ୍ତି ହେବାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ପ୍ରଶାସନ ଆବର୍ଜନାକୁ ଉପଯୁକ୍ତ ସ୍ଥାନରେ ପକାଇବାର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ରାଜସୁନାଖଳା ରାସ୍ତା କଡ଼ ପାଲଟିଛି ଡମ୍ପିଂୟାର୍ଡ

ନୟାଗଡ: କୁଢ଼କୁଢ଼ ଆବର୍ଜନା ଗାଁ ମୁଣ୍ଡରେ ଜମି ରହିଛି l ପଲିଥିନ ଜରି, ପଇଡ ଆଦି ଜମା ହୋଇ ରାସ୍ତା କଡ଼ ପାଲଟିଛି ଡମ୍ପିଂୟାର୍ଡ l ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ଏଭଳି ଦୃଶ୍ୟ ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଦେଖିବାକୁ ମିଳିଛି l

ରାଜସୁନାଖଳା ରାସ୍ତାକଡ ପାଲଟିଛି ଡମ୍ପିଂୟାର୍ଡ

ରାଜସୁନାଖଳା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ବେଶ ପରିଚିତ l ଏଠାରେ ଏକ ବଡ଼ ପରିବା ଏବଂ ତେଜରାତି ବଜାର ରହିଛି l ବଜାରରୁ ବାହାରୁଥିବା ଆବର୍ଜନାକୁ ସଠିକ ଭାବେ ପରିଚାଳନା କରାଯାଉନଥିବାରୁ ଦୋକାନୀମାନେ ଏଣେତେଣେ ଆବର୍ଜନାକୁ ପକାଉଛନ୍ତି l ଗାଁ ମୁଣ୍ଡରେ ଗଦା ହୋଇ ରହିଛି ଆବର୍ଜନା l ବର୍ଷା ଦିନେ ଏହା ପଚିସଢ଼ି ମଶା ମାଛିଙ୍କ ଘର ପାଲଟୁଛି l ରାସ୍ତା କଡ଼ରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରାସ୍ତା ଉପରକୁ ମାଡି ଆସିଲାଣି l ଗାଁ ମୁଣ୍ଡ ଆବର୍ଜନାରେ ଭର୍ତ୍ତି ହେବାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ପ୍ରଶାସନ ଆବର୍ଜନାକୁ ଉପଯୁକ୍ତ ସ୍ଥାନରେ ପକାଇବାର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.