ETV Bharat / state

ନୟାଗଡରେ ସାମ୍ବାଦିକ ଅର୍ଣ୍ଣବଙ୍କ ଗିରଫକୁ ତୀବ୍ର ବିରୋଧ

author img

By

Published : Nov 4, 2020, 10:57 PM IST

ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ତୀବ୍ର ନିନ୍ଦାକରି ନୟାଗଡରେ ବିକ୍ଷୋଭ ପ୍ରଦର୍ଶନ । ବିକାଶ ମଞ୍ଚ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

ନୟାଗଡରେ ସାମ୍ବାଦିକ ଅର୍ଣ୍ଣବଙ୍କ ଗିରଫକୁ ତୀବ୍ର ବିରୋଧ
ନୟାଗଡରେ ସାମ୍ବାଦିକ ଅର୍ଣ୍ଣବଙ୍କ ଗିରଫକୁ ତୀବ୍ର ବିରୋଧ

ନୟାଗଡ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ତୀବ୍ର ବିରୋଧ । ଏହି ଘଟଣାକୁ ନୟାଗଡ ବିକାଶ ମଞ୍ଚ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଆଜି(ବୁଧବାର) ମୁମ୍ବାଇ ପୋଲିସ ପକ୍ଷରୁ ବିନା କୌଣସି ନୋଟିସରେ ରିପବ୍ଲିକ ଭାରତର ଏଡିଟର ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରଯାଇଛି । ଘଟଣାକୁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣା ଜନତା ପର୍ଯ୍ୟନ୍ତ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ପୁରୁଣା ବସଷ୍ଟାଣ୍ଡ ନିକଟରେ ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁମ୍ବାଇର ଉଦ୍ଧବ ଠାକରେ ସରକାରଙ୍କ ଏକଛତ୍ରବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବା ସହ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ବଳପୂର୍ବକ ଉଠାଇନେବା ଘଟଣା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ନୟାଗଡ ବିକାଶ ମଞ୍ଚ ଅଧକ୍ଷ ଶିବରାମ ମହାପାତ୍ର କହିଛନ୍ତି ।

ଏଥିସହ ଶିବଶେନା ମୁଖ୍ୟ ତଥା ମହାରାଷ୍ଟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ବିକାଶ ମଞ୍ଚ ସଦସ୍ୟ । ଏହି ବିକ୍ଷୋଭରେ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନ, ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର, ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ, ତ୍ରିନାଥ ସାହୁ, ସୁକାନ୍ତ ମହାପାତ୍ର, ସମୀର ଭଟ୍ଟ, ଦୀନବନ୍ଧୁ ବିଶ୍ବାଳ, ରାଜୀବ ପଣ୍ଡା, ରୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.