ETV Bharat / state

ଶଯ୍ୟାଶାୟୀଙ୍କ ସାହା ପାଲଟିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ - prince foundation helped to helpless man jagannath

ଶଯ୍ୟାଶାୟୀ ଜଗନ୍ନାଥଙ୍କୁ ସହାୟତାର ହାତ ବଢ଼ାଇଲା "ପ୍ରିନ୍ସ ଫାଉଣ୍ଡେସନ" । ଗୋଟିଏ ହୁଇଲ ଚେୟାର, ମାସକର ରାସନ ସାମଗ୍ରୀ ସମେତ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ । ଅଧିକ ପଢନ୍ତୁ....

prince foundation helped to helpless man jagannath
ଶଯ୍ୟାଶାୟୀ ଜଗନ୍ନାଥଙ୍କୁ ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ
author img

By

Published : Sep 23, 2020, 10:16 AM IST

ନୟାଗଡ: ନୟାଗଡ଼ ଜିଲ୍ଲା ବାରଙ୍ଗଗାଡ଼ିଆର ଜଗନ୍ନାଥ ବରାଡ଼ା । ମେରୁଦଣ୍ଡ ଜନିତ ରୋଗରେ ପଡ଼ି ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଅଛନ୍ତି l ତାଙ୍କର ଅର୍ଥ ଅଭାବରୁ ଅସ୍ତ୍ରୋପଚାର ହୋଇପାରୁନି । ଫଳରେ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହି ଖବର ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରିନ୍ସ ଫାଉଣ୍ଡେସନ ପାଇଥିଲା । ପରେ ଅଧ୍ୟକ୍ଷା ରିନା ସାହୁଙ୍କ ତତ୍ବାବଧାନରେ ଫାଉଣ୍ଡେସନର ସଦସ୍ୟ ମାନଙ୍କ ଠାରୁ କିଛି ଅର୍ଥ ଆଦାୟ କରି ଶଯ୍ୟାଶାୟୀ ଜଗନ୍ନାଥଙ୍କୁ ଗୋଟିଏ ହୁଇଲ ଚେୟାର, ମାସକର ରାସନ ସାମଗ୍ରୀ ସମେତ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l

ଶଯ୍ୟାଶାୟୀ ଜଗନ୍ନାଥଙ୍କୁ ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ହୁଇଲ ଚେୟାର ପାଇ ଜଗନ୍ନାଥ ବେଶ ଖୁସି ଅଛନ୍ତି l ଆଗାମୀ ଦିନରେ ମଧ୍ୟ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛି ପ୍ରିନ୍ସ ଫାଉଣ୍ଡେସନ l ଏହି ସ୍ବେଚ୍ଛାସେବୀମାନଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସରକାର ତୁରନ୍ତ ଦୃଷ୍ଟି ଦେଇ ଶଯ୍ୟାଶାୟୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଛି ଫାଉଣ୍ଡେସନ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.