ETV Bharat / state

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ରାସ୍ତା ଅବରୋଧ - hit and wave

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତତଲା କଡେଇରେ ଭାଜି ହେଉଛି ନୟାଗଡ଼ । କେବଳ ଏତିକି ନୁହେଁ ଉତ୍ତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଫଟୋ ସୌଜନ୍ଯ:ପ୍ରତିନିଧି, ନୟାଗଡ
author img

By

Published : Apr 29, 2019, 4:34 PM IST

ନୟାଗଡ଼: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତତଲା କଡେଇରେ ଭାଜି ହେଉଛି ନୟାଗଡ଼ । ଖରାର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ, ଲୋକମାନେ ଦିନ 10ଟାରୁ ସନ୍ଧ୍ୟା 5ଟା ଯାଏଁ ତାଟି କବାଟ ଦେଇ ଘରେ ବସି ରହୁଛନ୍ତି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ନୟାଗଡ

କେବଳ ଏତିକି ନୁହେଁ ପ୍ରବଳ ଉତ୍ତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ଏନେଇ ସୋମବାର ଗଣିଆ ବ୍ଳକର ଲୋକେ ବିଦ୍ୟୁତ ଅଫିସରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ 12 ପଂଚାୟତର ଅଧିବାସୀ ଗଣିଆ ଷ୍ଟ୍ରକଚର ଉପରେ ନିର୍ଭର କରି ଚଳନ୍ତି । ତେଣୁ ବାରମ୍ବାର ବିଦ୍ୟୁତ କାଟ ଜନଜୀବନକୁ ହନ୍ତସନ୍ତ କରିପକାଉଛି । ଏପଟେ ପାରଦ 40 ଡିଗ୍ରୀ ତଳକୁ ଖସିବାର ନାଁ ନେଉନି । ପ୍ରବଳ ଖରା ଯୋଗୁଁ ଗଣିଆ ବ୍ଲକରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ସୋମବାର ଗଣିଆ ବ୍ଳକର ଲୋକେ ବିଦ୍ୟୁତ ଅଫିସରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି । ତେଣୁ ତୁରନ୍ତ ପଦକ୍ଷେପ ନେବାପାଇଁ ଗଣିଆ ବ୍ଲକର ଅଧିବାସୀ ଦାବି କରିଛନ୍ତି ।

ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.