ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ଜଣେ ଗିରଫ - one arrested in gambling

ନୟାଗଡରେ ଏକ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ କରିଛି । ଜଣେ ଜୁଆଡିକୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

police raid on gambling dens in nayagaragh
ଜୁଆ ଆଡ୍ଡାରେ ପୋଲିସର ଚଢାଉ, ଜଣେ ଗିରଫ
author img

By

Published : Nov 12, 2020, 6:52 AM IST

ନୟାଗଡ: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ନୟାଗଡ ଜିଲ୍ଲାର ଶ୍ରେଷ୍ଠ ଏସାଇ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟଙ୍କ ନେତୃତ୍ବରେ ବୁଧବାର ବରକୋଳି ପାଟଣାରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି । ଘଟଣାରେ ଜଡିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ 3 ଟି ମୋବାଇଲ, 2 ବାଇକ, 920 ନଗଦ ଟଙ୍କା ଓ ଗୋଟିଏ ପାଲି ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ବରକୋଳି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଏନେଇ ଇଟାମାଟି ଥାନା ଅଧିକାରୀଙ୍କ ନେତୃତ୍ବରେ ପୋଲିସ ସେଠାରେ ଚଢାଉ କରିଥିଲା । ଜୁଆ ପାଲି ଦ୍ବାରା ଦୁର୍ବୃତ୍ତମାନେ ଜୁଆ ଖେଳ ଚଳାଇଥିଲେ ଏବଂ ପୋଲିସକୁ ଦେଖି ଆଡ୍ଡାରୁ ଚମ୍ପଟ ମାରିଥିଲେ । ହେଲେ ପୋଲିସ ଜଣେ ଜୁଆଡିକୁ ଧରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଜଣକ ବରକୋଳି ପାଟଣାର ସୁଶାନ୍ତ କୁମାର ବେହେରା ବୋଲି ଜଣାପଡିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରୁ ପୋଲିସ ଉଦ୍ୟମ ଚଳାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.