ETV Bharat / state

ସାହାସିକତା ଦେଖାଇଲେ ମହିଳା ପୋଲିସ ଅଧିକାରୀ: ମାଫିଆଙ୍କଠୁ ଛଡ଼ାଇ ଆଣିଲେ ଗୋରୁ - ସାହାସିକତା ଦେଖାଇଲେ ମହିଳା ପୋଲିସ ଅଧିକାରୀ

ଚାନ୍ଦପୁର ମଶାଣୀ ପଦାରୁ ଗୋରୁ ଚୋରି କରି ନେଉଥିବା ବେଳେ ଗୋରୁ ଗାଡି ଉଦ୍ଧାର କଲେ ଚାନ୍ଦପୁର ଥାନାର ମହିଳା ଅଧିକାରୀ ଅଞ୍ଜଳୀ ସାହୁ ଏବଂ ଏଏସଆଇ ରାକେଶ କୁମାର । ଅଧିକ ପଢନ୍ତୁ...

police officer in Nayagada powered to seize a cattle loaded  vehicle
ସାହାସିକତା ଦେଖାଇଲେ ମହିଳା ପୋଲିସ ଅଧିକାରୀ : ଗୋରୁ ମାଫିଆଙ୍କ ଠାରୁ ଛଡ଼ାଇ ଆଣିଲେ ଗୋରୁ
author img

By

Published : May 30, 2021, 7:35 AM IST

ନୟାଗଡ଼: ଜିଲ୍ଲା ଚାନ୍ଦପୁରରେ ଗୋରୁ ଚୋରି ରୋକିବା ଦିଗରେ ପୋଲିସ ତତ୍ପରତା ଦେଖାଇଛି । ଚାନ୍ଦପୁର ମଶାଣୀ ପଦାରୁ ଗୋରୁ ଚୋରି କରି ନେଉଥିବା ବେଳେ ଗୋରୁ ଗାଡି ଉଦ୍ଧାର କଲେ ଚାନ୍ଦପୁର ଥାନାର ମହିଳା ଅଧିକାରୀ ଅଞ୍ଜଳୀ ସାହୁ ଏବଂ ଏଏସଆଇ ରାକେଶ କୁମାର ।

ଚାନ୍ଦପୁର ଥାନାର ମହିଳା ଅଧିକାରୀ ଅଞ୍ଜଳି ଦାସଙ୍କ ସାହାସିକତା ଯୋଗୁଁ ଜବତ ହୋଇ ପାରିଲା ଗୋରୁ ଗାଡି । ମହିଳା ଅଧିକାରୀ ଚାନ୍ଦପୁର ଠାରୁ ପିଛା କରି ଖୋର୍ଦ୍ଧା ବେଗୁନିଆରୁ ଗାଡ଼ିକୁ ଧରିଥିଲେ । ସେଠାରେ ଗୋରୁ ଚୋରି କରି ନେଉଥିବା ଅଭିଯୁକ୍ତ ଗୋରୁ ଗାଡି ଛାଡି ପଳାଇବାରେ ସକ୍ଷମ ହୋଇଛନ୍ତି । ସେହି ସ୍ଥାନରୁ ଗୋରୁ ଗାଡିକୁ ଜବତ କରାଯାଇ 4ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋରୁ ମାଲିକଙ୍କୁ ଜିମା ଦିଆଯାଇଥିବା ଜଣାଯାଇଛି ।

ଉକ୍ତ ଚଢ଼ାଉରେ ପୋଲିସଙ୍କ ସହ ସ୍ବେଚ୍ଛାସେବୀ ଧୀରେନ କୁମାର ସାହୁ ମଧ୍ୟ ସହଯୋଗ କରିଥିଲେ । ଗୋଟିଏ ପିକଅପ ଭ୍ୟାନ ଜବତ ହୋଇଛି । ଜବତ ହୋଇଥିବା ପିକଅପ ଭ୍ୟାନଟି ଗତ କିଛି ଦିନ ତଳେ ଓଡ଼ଗାଁରୁ ଚୋରି ହୋଇଥିବା ଜଣାପଡ଼ିଛି । ଚାନ୍ଦପୁର ଥାନାରେ ଏ ନେଇ ୭୬/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.