ETV Bharat / state

ପୋଖରୀ ହୁଡ଼ାରେ ବିତୁଛି ଜୀବନ, ମିଳୁନି ପକ୍କାଘର - ନୟାଗଡ଼ ଆଦିବାସୀ ବହୁଳ ବଧୁଲିପୁର ଗ୍ରାମ

ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଆଜି ବି ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ସାଧାରଣ ଲୋକେ । ଫଳରେ ପୋଖରୀ ହୁଡ଼ାରେ ଝାଟିମାଟି ଜରିପାଲ ଘେରା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ନୟାଗଡ଼ ଆଦିବାସୀ ବହୁଳ ବଧୁଲିପୁର ଗ୍ରାମର ସୁବାସ ପ୍ରଧାନ ଓ ତାଙ୍କ ପରିବାର । ଅଧିକ ପଢନ୍ତୁ...

ପୋଖରୀ ହୁଡ଼ାରେ ବିତୁଛି ଜୀବନ, ମିଳୁନି ପକ୍କାଘର

author img

By

Published : Jan 24, 2021, 3:36 PM IST

ନୟାଗଡ଼: ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ କରୁଛନ୍ତି ମାଳମାଳ ଯୋଜନା । ହେଲେ ଆଜି ବି ସାଧାରଣ ଲୋକ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ l ସରକାର ଗରିବ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରୁଛନ୍ତି l ମାତ୍ର ନୟାଗଡ଼ ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ବଧୁଲିପୁର ଗ୍ରାମର ସୁବାସ ପ୍ରଧାନଙ୍କ ଠାରୁ ବସୁନ୍ଧରା ଯୋଜନାରୁ ବହୁ ଦୂରରେ ।

ପୋଖରୀ ହୁଡ଼ାରେ ବିତୁଛି ଜୀବନ, ମିଳୁନି ପକ୍କାଘର

ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ସୁବାସ ଓ ତାଙ୍କ ପରିବାର । ଝାଟିମାଟି ଜରିପାଲ ଘେରା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ସେ, ତିନୋଟି କୁନି ଝିଅ ସହ ସ୍ତ୍ରୀ ଗୀତା ପ୍ରଧାନ । ଶ୍ରମିକ ଭାବେ କେଉଁଠି କାମ କଲେ ପରିବାର ଚଳେ l ତେବେ ସ୍ଥାୟୀ ଜମି ପଟ୍ଟା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ 5 ପ୍ରାଣୀର କୁଟୁମ୍ବ ଏହି ଘରେ ଚଳିବା କଷ୍ଟକର ହୋଇପଡିଛି । ଏନେଇ ବସୁନ୍ଧରା ଯୋଜନାରେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ନିବେଦନ କରିଛନ୍ତି ସୁବାସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.