ETV Bharat / state

୧୦ ଦିନ ହେବ ଅନ୍ଧାରରେ ୭ ଗାଁ, ବିଦ୍ୟୁତ ଅଫିସ ଘେରାଉ କଲେ ଲୋକେ

author img

By

Published : Jul 8, 2022, 10:59 PM IST

ନୟାଗଡ ଜିଲ୍ଲା ନୂଆଗାଁ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ । ସାମାନ୍ୟ ବର୍ଷାରେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଗ୍ରାମରୁ କଟୁଛି ଲାଇନ । ବିଦ୍ୟୁତ ଅଫିସ ଘେରାଉ କଲେ ଲୋକେ । ଅଧିକ ପଢ଼ନ୍ତୁ

୧୦ ଦିନ ହେବ ଅନ୍ଧାରରେ ୭ ଗାଁ, ବିଦ୍ୟୁତ ଅଫିସ ଘେରାଉ କଲେ ଲୋକେ
୧୦ ଦିନ ହେବ ଅନ୍ଧାରରେ ୭ ଗାଁ, ବିଦ୍ୟୁତ ଅଫିସ ଘେରାଉ କଲେ ଲୋକେ

ନୟାଗଡ଼: ଦୀର୍ଘ ୧୦ ଦିନ ହେବ ଅନ୍ଧାରରେ ରହିଛି ୭ ଗାଁ । ନୟାଗଡ ଜିଲ୍ଲା ନୂଆଗାଁ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ । ଅସରାଏ ବର୍ଷାରେ ଗ୍ରାମରେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ରହୁନି ବିଦ୍ୟୁତ । ତୁରନ୍ତ ବିଦ୍ୟୁତ ସମସ୍ୟା ସମାଧାନ କରିବା ଦାବିରେ ନୂଆଗାଁ ବିଦ୍ୟୁତ ଅଫିସ ଘେରାଉ କଲେ ଲୋକେ ।

ସୂଚନା ଅନୁସାରେ ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର କୁଶବିଡା, କେନ୍ଦୁ ବଣିଆ, ଗୁଣ୍ଡୁରା ସାହି, ଚଡ଼କ ମରା ଓ ରାମପଲ୍ଲୀରେ ସାମାନ୍ୟ ବର୍ଷାରେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ଗାଏବ ହୋଇଯାଏ । ଏହି ସମସ୍ୟା ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଫଳ କିଛି ମିଳୁନଥିବା ଲୋକମାନେ କହିଛନ୍ତି । କେବଳ ଏହି ୫ଟି ଗ୍ରାମ ନୁହେଁ, ନୂଆଗାଁ ବିଦ୍ୟୁତ ବିଭାଗ ଅଧିନରେ ଥିବା ଅଧିକାଂଶ ଗ୍ରାମରେ ବିଦ୍ୟୁତର ଲୁଚକାଳି ଖେଳ ଚାଲିଛି । ତେବେ ବିଦ୍ୟୁତ ବିଭାଗର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ତୁରନ୍ତ ବିଦ୍ୟୁତ ସମସ୍ୟା ସମାଧାନ କରିବା ଦାବିରେ ନୂଆଗାଁ ବିଦ୍ୟୁତ ଅଫିସ ଘେରାଉ କରିବା ସହ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.