ETV Bharat / state

ନୟାଗଡ ବନଖଣ୍ଡରେ ବ୍ୟାପକ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବିରେ ଧାରଣା - ନୟାଗଡ଼ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ନୟାଗଡ଼ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଦୀର୍ଘ 11 ଦିନ ଧରି ଧାରଣା ଦେଇଛନ୍ତି ଏକାଧିକ ବ୍ୟକ୍ତି । କ୍ୟାମ୍ପା ଯୋଜନାରେ ଅନିୟମିତତା କରାଯାଇଛି ଏବଂ ଜନୈକ ରେଞ୍ଜର ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼ ବନଖଣ୍ଡରେ ବ୍ୟାପକ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବିରେ ଧାରଣା

author img

By

Published : Apr 21, 2022, 10:31 PM IST

ନୟାଗଡ଼: ନୟାଗଡ଼ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଦୀର୍ଘ 11 ଦିନ ଧରି ଧାରଣା ଦେଇଛନ୍ତି ଏକାଧିକ ବ୍ୟକ୍ତି । କାମ୍ପା ଯୋଜନା (ରାଜ୍ୟ କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା)ରେ ଅନିୟମିତତା କରାଯାଇଛି ଏବଂ ଜନୈକ ରେଞ୍ଜର ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି । ତାଙ୍କର ବଦଳି ଦାବି ସହ ସମ୍ପୃକ୍ତ ରେଞ୍ଜରଙ୍କୁ ଭିଜିଲାନ୍ସ ତଦନ୍ତଭୁକ୍ତ କରିବାକୁ ଦାବି ହୋଇଛି ।

ନୟାଗଡ଼ ବନଖଣ୍ଡରେ ବ୍ୟାପକ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବିରେ ଧାରଣା

ସଂପଡା, ମହୀପୁର ମେଗା ନର୍ସରୀ ଏବଂ ବଲାଙ୍ଗୀ ବନ୍ଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ସାମାଜିକ କର୍ମୀ ହୁସେନ ଖାଁ, ପ୍ରତୀକ ମହାପାତ୍ରଙ୍କ ସମେତ ଏକାଧିକ ସାମାଜିକ କର୍ମୀ ଧାରଣା ଦେଇଛନ୍ତି । ଏପଟେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଁ 3 ମାସ ହେବ ଯୋଗ ଦେଇଛି, ଯାହା ଅଭିଯୋଗ ଅଛି ମତେ ଜଣାନ୍ତୁ । ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.