ETV Bharat / state

ପରୀ ହତ୍ୟା ମାମଲା: ସୋସିଆଲ ମିଡିଆରେ ଘୁରି ବୁଲୁଛି ମନ୍ତ୍ରୀ-ସରପଞ୍ଚଙ୍କ ଅଡିଓ

author img

By

Published : Nov 25, 2020, 5:16 PM IST

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମନ୍ତ୍ରୀ ଅରୁଣ ସାହୁ-ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚଙ୍କ ଏକ ବାର୍ତ୍ତାଳାପ । ଅଡିଓରେ ମନ୍ତ୍ରୀ, ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍‌ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ ’ ବୋଲି କହୁଥିବା ଶୁଣିବାକୁ ମିଳୁଛି । ଅଧିକ ପଢନ୍ତୁ:

ପରୀ ହତ୍ୟା ମାମଲା: ସୋସିଆଲ ମିଡିଆରେ ଘୁରି ବୁଲୁଛି ମନ୍ତ୍ରୀ-ସରପଞ୍ଚଙ୍କ ଅଡିଓ
ପରୀ ହତ୍ୟା ମାମଲା: ସୋସିଆଲ ମିଡିଆରେ ଘୁରି ବୁଲୁଛି ମନ୍ତ୍ରୀ-ସରପଞ୍ଚଙ୍କ ଅଡିଓ

ନୟାଗଡ: ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଲାଗି ରହିଛି ତୁମ୍ଭି ତୋଫାନ । ଏହି ହତ୍ୟାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିବାବେଳେ ସାମ୍ନାକୁ ଆସିଛି ମନ୍ତ୍ରୀ ଅରୁଣ ସାହୁ-ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚଙ୍କ ଏକ ବାର୍ତ୍ତାଳାପ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏକ ଅଡିଓକୁ ନେଇ ଲାଗି ରହିଛି ଚର୍ଚ୍ଚା ।

ଅଡିଓରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚଙ୍କୁ କହୁଛନ୍ତି, ‘ଏ ଯେଉଁ କଥା ଗୁଡ଼ିକ କରାଉଛୁ ଭଲ କରାଉଛୁ ତ ? ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍ ଅଛି । ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍‌ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ । ମୁଁ ଏତେ ଖରାପ ନୁହେଁ ଯେ ମୁଁ କାହା କଥାରେ ଡାଇଭର୍ଟ ହେବି l' ଏବଂ ଏହାର ପ୍ରତ୍ୟୁତ୍ତରରେ ସରପଞ୍ଚ ମଧ୍ୟ ପ୍ରତିକ୍ରିୟା ରଖୁଛନ୍ତି l ଏହି ଅଡିଓ ଏବେ ଚହଳ ପକାଇଛି । ମନ୍ତ୍ରୀ କାହିଁକି ସରପଞ୍ଚଙ୍କୁ ଏଭଳି ଧମକ ଦେଉଛନ୍ତି ତାହା ତଦନ୍ତ ପରେ ହିଁ ଜଣାପଡିବ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.