ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ନାବାଳକର ବିଚାର ନୟାଗଡ଼ ଚିଲଡ୍ରେନ କୋର୍ଟରେ ହେବ । ଆଜି(ବୁଧବାର) ଏଭଳି ରାୟ ଶୁଣାଇଛନ୍ତି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ।
କେସ ସ୍ଥାନାନ୍ତର ହୋଇଥିବାବେଳେ ଏସଆଇଟି ଆବେଦନ କରିଥିବା ଏଲଭିଏ(LVA) ଟେଷ୍ଟ ଉପରେ ଉପରେ ମଧ୍ୟ ଶୁଣାଣି ହେବ ।
ତେବେ ଏସଆଇଟି ଅଭିଯୁକ୍ତର LVA ଟେଷ୍ଟ ପାଇଁ ଯେଉଁ ଆବେଦନ କରିଥିଲା, ସେନେଇ ଚିଲଡ୍ରେନ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡିଛି। ଆସନ୍ତା ଫେବୃଆରୀ 5 ତାରିଖରେ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ଚିଲଡ୍ରେନ କୋର୍ଟ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ