ନୟାଗଡ: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତର ହୋଇପାରେ ବ୍ରେନ ମ୍ୟାପିଂ । ଆସନ୍ତା 13ରେ ଏନେଇ ହେବ ଶୁଣାଣି । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ ମ୍ୟାପିଂ ନେଇ ଏସଆଇଟି ଆବେଦନ କରିଛି ।
ତେବେ ଆଜି(ଶୁକ୍ରବାର) ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ନାକ୍ରୋ ଟେଷ୍ଟ ଥିଲା । ଟେଷ୍ଟ ପାଇଁ ଅଭିଯୁକ୍ତ ରାଜିନହେବାରୁ ଏସଆଇଟି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ ମ୍ୟାପିଂ ନେଇ ଆବେଦନ କରିଥିଲା । ଆସନ୍ତା 13 ତାରିଖରେ ଏନେଇ ଶୁଣାଣି ହେବ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ