ETV Bharat / state

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ପରିବାର - ନୟାଗଡ଼ ନ୍ୟୁଜ୍

ନୟାଗଡ଼ରେ କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁସାରେ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି । ଏହାପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର । ଅଧିକ ପଢନ୍ତୁ

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ପରିବାର

author img

By

Published : Oct 10, 2022, 7:59 PM IST

Updated : Oct 12, 2022, 11:00 AM IST

ନୟାଗଡ଼: ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ । ଜମିଜମା ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିବା ଅଭିଯୋଗ । ଏ ନେଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ହୋଇଛି ଅଭିଯୋଗ । ନ୍ୟାୟ ଆଶାରେ ବାସନ୍ଦ ପରିବାର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗ୍ରାମବାସୀ ଏହି ପରିବାରକୁ ମାଡ଼ ମାରିବା ସହ କିଛି ଟଙ୍କା ହଡ଼ପ କରିଥିବା ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି ।

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ

ଦଶପଲ୍ଲା ଥାନା ଡିହଗାଁ ପଞ୍ଚାୟତ ନିକଟ ଡିଗିରୀ ଗ୍ରାମରେ ଘଟିଛି ଏହି ଘଟଣା । ଗାଁରେ ପ୍ରାୟ ୯୦ ଟି ପରିବାର ବସବାସ କରନ୍ତି । ସୂଚନା ମୁତାବକ, ବହୁ ବର୍ଷ ପୂର୍ବେ ଡ଼ିଗିରି ଗ୍ରାମର ବସନ୍ତ ବାଯୋଙ୍କ ପିତା ଗ୍ରାମର କୋଠକୁ ଏକ ଜମି ବିକ୍ରି କରିଥିଲେ । ଏ ବାବଦରେ ଗ୍ରାମବାସୀଙ୍କ ଠାରୁ ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ କୌଣସି କାରଣରୁ ଗାଁ କୋଠ ନାମରେ ଜମି ରେଜେଷ୍ଟ୍ରି ନହୋଇ ପଡ଼ିରହିଛି । ତେଣୁ ବସନ୍ତ ସେହି ଜମିଟିକୁ ନିଜ ଦଖଲକୁ ନେଇ ଚାଷ କରିବାରୁ ଗ୍ରାମବାସୀ ବସନ୍ତଙ୍କୁ ସେ ଜମିରେ ଚାଷ ନ କରିବା ପାଇଁ ବାରଣ କରିଥିଲେ ।

ଏହା ବି ପଢନ୍ତୁ- ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ

ହେଲେ ବସନ୍ତ ଗ୍ରାମବାସୀଙ୍କ କଥାକୁ ଶୁଣି ନଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମବାସୀଙ୍କ ଦ୍ଵାରା ଗାଁରେ କଙ୍ଗାରୁ କୋର୍ଟ ବସି ବସନ୍ତ ବାଯୋଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିବା ସହ ଦୋକାନ, ନିଆଁ ପାଣି ବନ୍ଦ କରିଦିଆଯାଇଛି । ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସନ୍ତ ଦଶପଲ୍ଲା ନିକଟ ଅନ୍ଧାର କୋଟୁ ଠାରେ ଏକ ଗାଈ ଫାର୍ମରେ ଦିନ ମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ଏବେ ବସନ୍ତ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି ।

ଗ୍ରାମବାସୀ ପରିବାର ଲୋକଙ୍କୁ ବାସନ୍ଦ କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ବସନ୍ତ । ଏପରିକି ବସନ୍ତଙ୍କ ଘରୁ ଟଙ୍କା ହଡ଼ପ କରିଥିବା ନେଇ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଗ୍ରାମବାସୀ କହିଛନ୍ତି, ବସନ୍ତ ଯଦି ସେହି ଜମିଟି ଗାଁ କୋଠକୁ ଫେରାଇ ଦିଅନ୍ତି ତେବେ ଡିଗିରି ଗ୍ରାମରେ ତାଙ୍କୁ ମିଶାଯିବା ସହ ବିବାଦ ଅନ୍ତ ଘଟନ୍ତା । ସେପଟେ ଗ୍ରାମର କିଛି ଲୋକ ନିଆଁପାଣି ବାସନ୍ଦ ଘଟଣାକୁ ଅସ୍ବୀକାର କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ନୟାଗଡ଼

Last Updated : Oct 12, 2022, 11:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.