ନୟାଗଡ଼: ଗୋଷ୍ଠୀ ସଂଘର୍ଷରୁ ଜଣଙ୍କ ମୃତ୍ୟୁ l ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୃତଦେହ ରଖି ଥାନା ଘେରାଉ କଲେ ପରିବାର ଗ୍ରାମବାସୀ l ଏପରି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଦେଖିବାକୁ ମିଳିଛି l
ଗତ 17 ତାରିଖରେ ଫତେଗଡ଼ ଥାନା ଅଧୀନ ବୋରଗାଁର ଉତ୍ସବ ଦଳେଇ ଏବଂ ମାଗି ଦଳେଇ ପରିବାର ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା l ଫଳରେ ଏଥିରେ 8 ଜଣ ଆହତ ହୋଇଥିଲେ l ସମସ୍ତେ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ l ସେମାନଙ୍କ ମଧ୍ୟରେ ସୁଧୀର ଦଳେଇ ନାମକ ଜଣେ 45 ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି କରି ବୋରଗାଁର ଲୋକେ ଥାନା ଘେରାଉ କରିଥିଲେ l ପରେ ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପ୍ରତିଶୃତି ଦେବାରୁ ଲୋକେ ଧାରଣାରୁ ହଟିଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ