ନୟାଗଡ: ପାଞ୍ଚ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ କରିସାରିଲାଣି ଗୟଳ । ହେଲେ ହାତବାନ୍ଧି ବସିଛି ରଣପୁର ବନ ବିଭାଗ l ଭୟଭୀତ ଅବସ୍ଥାରେ ରଣପୁର ବାସୀ । ଗତ ୨୪ ତାରିଖ ଦିନ ଚମ୍ପାପେଡି ଗ୍ରାମର ଦିଲୀପ ପଲେଇ ବିଲରେ ଘାସ କାଟୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ବଡ଼ ଗୟଳ ଆସି ଦିଲୀପଙ୍କୁ ଆକ୍ରମଣ କରିଥିଲା ।
ଫଳରେ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ପୁଣି ଗତକାଲି(ବୁଧବାର) ଅପରାହ୍ନରେ ରଣପୁର ବ୍ଲକର ତୁଲୁବି ଗ୍ରାମର ଦୁଆରୀ ଭୂୟାଁ ବିଲକୁ ଯାଇଥିବା ବେଳେ ତାଙ୍କୁ ଗୟଳ ଆକ୍ରମଣ କରିଛି । ପ୍ରଥମେ ଗୋଡିପଡା ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନବିଭାଗର ଅପାରଗତା ପାଇଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ