ETV Bharat / state

ବସ ତଳେ ଚାପି ହୋଇ ଜଣେ ମୃତ

author img

By

Published : Apr 1, 2021, 2:30 PM IST

ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ଖଣ୍ଡପଡା-ଖଳିସାହି ରାସ୍ତାରେ ଦୁର୍ଘଟଣା
ଖଣ୍ଡପଡା-ଖଳିସାହି ରାସ୍ତାରେ ଦୁର୍ଘଟଣା

ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ାରେ ଘଟିଛି ଅଘଟଣ । ବସ ତଳେ ଚାପି ହୋଇ ଜଣେ ଏକ୍ସଲ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୟାଗଡ଼ ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମ ପଞ୍ଚାୟତ ନୂଆ ପାଣ ସାହିର ଅରୁଣ ନାୟକ।

ଖଣ୍ଡପଡା-ଖଳିସାହି ରାସ୍ତାରେ ଦୁର୍ଘଟଣା
ଖଣ୍ଡପଡା-ଖଳିସାହି ରାସ୍ତାରେ ଦୁର୍ଘଟଣା

ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଅରୁଣ ଏକ ଏକ୍ସଲ ଯୋଗେଁ ଖଣ୍ଡପଡ଼ାରୁ ବୋଦସାକୁ ଆସୁଥିବା ବେଳେ ଏକ ବାଇକକୁ ଓଭରଟେକ କରି ଆଗକୁ ଯିବା ସମୟରେ ଯାଉଥିବା ପ୍ରିନ୍ସ ବସ ତଳେ ଚାପି ହୋଇଯାଇଥିଲେ ।

ଯାହାଫଳରେ ଘଟଣାସ୍ଥଳରେ ଅରୁଣ ନାୟକଙ୍କ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ଦମକଳ ବାହିନୀ ଯୋଗେଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.