ETV Bharat / state

ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ବୃଦ୍ଧଙ୍କ ମୃତଦେହ

author img

By

Published : Dec 5, 2020, 10:03 AM IST

ନୟାଗଡ଼ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ତେଲିପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଅଧିକ ପଢନ୍ତୁ...

ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ
ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼: ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ତେଲିପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଏହାର କାରଣ ଅସ୍ପଷ୍ଟ ରହିଛି l ମୃତକ ହେଲେ ବ୍ରଜ କିଶୋର ସାହୁ l ଆନୁମାନିକ ବୟସ 85 ହେବ ବୋଲି ସୂଚନା ମିଳିଛି l

ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ତେବେ ବ୍ରଜ କିଶୋର ଶୁକ୍ରବାର ରାତିରେ ଭଲି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ଆଉ ଫେରି ନଥିଲେ l କିନ୍ତୁ ଶନିବାର ସକାଳୁ ଘର ସାମ୍ନାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l

ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି l ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହି ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତକଙ୍କର 3 ଜଣ ପୁଅ ଥିବା ଜଣାପଡ଼ିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.