ETV Bharat / state

ଓଡ଼ଗାଁ ପୋଲିସକୁ ସଫଳତା, ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ - ଓଡ଼ଗାଁ ପୋଲିସ

ଏକ ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଓଡ଼ଗାଁ ପୋଲିସ। ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଚୋରୀ ସାମଗ୍ରୀକୁ ଜବତ କରାଯାଇଛି। ଅଧିକ ପଢ଼ନ୍ତୁ...

ଓଡ଼ଗାଁ ପୋଲିସକୁ ସଫଳତା, ଆନ୍ତଜିଲ୍ଲା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ

author img

By

Published : Oct 15, 2020, 4:35 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସକୁ ସଫଳତା। ଏକ ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଓଡ଼ଗାଁ ପୋଲିସ। ଦୀର୍ଘ ଦିନ ଧରି ଏହି ଚୋର ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ଚୋରୀ ଡକାୟତି ଭଳି ଘଟଣାରେ ସାମିଲ ରହିଥିବା ନେଇ ପୋଲିସ ସୂଚନା ଦେଇଛି। କୌଣସି ସୂତ୍ରରୁ ଖବର ପାଇ ବହୁ ଚୋରୀ ସାମଗ୍ରୀକୁ ଜବତ କରିଛି ପୋଲିସ। ତେବେ ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଫେରାର ରହିଛନ୍ତି ।

ପୁରୀ, ଗଞ୍ଜାମ, କନ୍ଧମାଳ, ବ୍ରହ୍ମପୁର ଓ ନୟାଗଡ଼ ସହ ଅନ୍ୟାନ୍ୟ ସ୍ଥାନରେ ଏହି ଗ୍ୟାଙ୍ଗ ଚୋରୀ ଓ ଡକାୟତି କରିବା ସହ ଲୋକଙ୍କୁ ଭୟଭୀତ କରୁଥିଲେ। ଗୋଟିଏ ସ୍ଥାନରୁ ଦୁଇ ଚକିଆ ଯାନ ଚୋରୀ କରିବା ପରେ ଏହି ଗ୍ୟାଙ୍ଗ ତାକୁ ସମ୍ପୂର୍ଣ୍ଣ ଖୋଲି ତାହାକୁ ଏକ ବସ୍ତାରେ ପୁରାଇ ଅନ୍ୟତ୍ର ଚାଲାଣ କରୁଥିଲେ। ଫଳରେ ଏମାନେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହୋଇ ପାରୁଥିଲେ। ଏଥିପାଇଁ ଏହି ଗ୍ୟାଙ୍ଗ ଏକ ବୋଲେରୋ ଓ ଏକ ପିକଅପ ଭ୍ୟାନର ବ୍ୟବହାର କରୁଥିବା ନେଇ ସୂଚନା ମିଳିଛି।

କୌଣସି ସୂତ୍ରକୁ ଖବର ପାଇ ଏହି ଗ୍ୟାଙ୍ଗରେ ସାମିଲ ଥିବା ନନ୍ଦିଘୋର ଗାଁର ଗଣେଷ ପ୍ରଧାନ ଓ କାର୍ତ୍ତିକ ନାୟକଙ୍କ ଘରେ ପୋଲସି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସକୁ 6ଟି ଟ୍ରାକ୍ଟର, 5ଟି ବାଇକ, 4ଟି ଲୁହାଚକ, 3ଟି ଟ୍ରାକ୍ଟର ଲଙ୍ଗଳ, ଗୋଟିଏ ରୋଟର, ଗୋଟିଏ ଧାନ ଅମଳ ଯନ୍ତ୍ର, 2ଟି ପାଣି ମୋଟର, ଓ 5 ବସ୍ତା ଗାଡ଼ି ଯନ୍ତ୍ରାଂଶ ଜବତ କରିଛି ପୋଲିସ। ଚୋରୀ ସାମଗ୍ରୀ ରଖିବା ଅଭିଯୋଗରେ କାର୍ତ୍ତିକ ନାୟକଙ୍କ ବାପା ଲିଙ୍ଗରାଜ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯଥାଶୀଘ୍ର ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.