ETV Bharat / state

ଯୌତୁକ ନିର୍ଯାତନା ସହିନପାରି ଜୀବନ ହାରିଲା ନବବଧୂ, ସ୍ବାମୀ ଅଟକ

author img

By

Published : Dec 21, 2021, 11:08 AM IST

ଯୌତୁକ ପାଇଁ ନବବଧୂକୁ ମାନସିକ ଓ ଶାରୀରିକ ନିର୍ଯାତନା । ଶେଷରେ ଆତ୍ମହତ୍ୟା କଲେ ନବବଧୂ । ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ପରିବାର ଲୋକେ । ଅଧିକ ପଢନ୍ତୁ

ଯୌତୁକ ନିର୍ଯ୍ୟାତନା ସହିନପାରି ଜୀବନ ହାରିଲା ନବବଧୂ, ଥାନାରେ ସ୍ବାମୀ ଅଟକ

ନୟାଗଡ଼ : ଅସହ୍ୟ ହେଲା ମାନସିକ ନିର୍ଯାତନା, ଶେଷରେ ଜୀବନ ହାରିଲେ ନବବଧୂ (newly married bride death) । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ଗ୍ରାମରେ । ମୃତ ବଧୂ ଜଣଙ୍କ ହେଉଛନ୍ତି ଜୁଲି ସୁବୁଦ୍ଧି । ବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସ୍ବାମୀଙ୍କୁ ଥାନାରେ ଅଟକ ରଖିଲା ପୋଲିସ ।

ଯୌତୁକ ନିର୍ଯାତନା ସହିନପାରି ଜୀବନ ହାରିଲା ନବବଧୂ, ଥାନାରେ ସ୍ବାମୀ ଅଟକ

ସୂଚନା ଅନୁସାରେ ଜୁଲି ସୁବୁଦ୍ଧି ଗତ 8 ମାସ ତଳେ ଡେଙ୍ଗାଝରି ଗ୍ରାମର ରିତୁ ମାଣ୍ଡେଇଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଅନ୍ୟପଟରେ ଶ୍ବଶୂର ଘର ଲୋକେ ବିଭିନ୍ନ ସମୟରେ ଜୁଲି ସୁବୁଦ୍ଧିଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଵା ସହ ବାପ ଘରକୁ ଯିବାକୁ ବାରଣ କରିଥିଲେ । ଶେଷର ଏପରି ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିଲେ ଜୁଲି । ଏହାପରେ ଜୁଲିଙ୍କୁ ଶ୍ବଶୂର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ଝିଅର ପରିବାର ଲୋକ ରଣପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ଦର୍ପନାରାୟଣପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବାବେଳେ ସ୍ୱାମୀଙ୍କୁ ଅଟକ ଅଧିକ ତଦନ୍ତ ଚଳାଇଥିଵା ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.