ETV Bharat / state

ନୟାଗଡ ନାବାଳିକା ହତ୍ୟା ଘଟଣାରେ ଭିଡିଓ ଭାଇରାଲ ଘଟଣା, ମୁହଁ ଖୋଲିଲେ ନାବାଳିକାଙ୍କ ବାପା - Nayaghara minor murder case

ନୟାଗଡ ନାବାଳିକା ହତ୍ୟା ଘଟଣାରେ ନୂଆ ଭିଡିଓ ଭାଇରାଲ ଘଟଣା । ଭିଡିଓଟି ଆମ ଅଜାଣତରେ ସୁଟିଂ ହୋଇଥିବା କହିଛନ୍ତି ନାବାଳିକାର ବାପା ଅଶୋକ ସାହୁ । ଅଧିକ ପଢନ୍ତୁ...

ନୟାଗଡ ନାବାଳିକା ହତ୍ୟା ଘଟଣାରେ ଭିଡିଓ ଭାଇରାଲ ଘଟଣା

author img

By

Published : Jan 10, 2021, 1:12 PM IST

ନୟାଗଡ: ଦିନକୁ ଦିନ ନୂଆ ମୋଡ ନେଉଛି ନୟାଗଡ ନାବାଳିକା ହତ୍ୟା ଘଟଣା । ଘଟଣାରେ ପୁଣି ଏକ ନୂଆ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ଭାଇରାଲ ଭିଡିଓ ଅଜଣାତରେ ସୁଟିଙ୍ଗ ହୋଇଥିବା କହିଛନ୍ତି ନାବାଳିକାର ବାପା ଅଶୋକ ସାହୁ ।

ନୟାଗଡ ନାବାଳିକା ହତ୍ୟା ଘଟଣାରେ ଭିଡିଓ ଭାଇରାଲ ଘଟଣା

ସୂଚନାଅନୁସାରେ, ଗତ ବୁଧବାର ନୟାଗଡ଼ର ଜଣେ ସମାଜସେବୀ ମୃତ ନାବାଳିକାର ଘରକୁ ଯାଇଥିଲେ । ସେଠାରେ ସେ ନାବାଳିକାର ବାପା ଓ ମାଆକୁ ବସାଇ ଘଟଣା ବିଷୟରେ ଆଲୋନଚା କରିଥିଲେ । କଥାବାର୍ତ୍ତାର 5ମିନିଟ୍ 58ସେକେଣ୍ଡର ଏକ ଲାଇଭ ଭିଡିଓ ରେକଡିଂ ହୋଇଛି । ଯାହା ଫେସବୁକରେ ସେୟାର କରାଯାଇଛି । ଉକ୍ତ ଭିଡଓରେ ସରୋଜ ଉପରେ ଆମର ସନ୍ଦେହ ଥିଲା, ଅରୁଣ ବୋଥ୍ରାଙ୍କୁ ପିଟିବ ବୋଲି ଆଗୁଆ ଟିଭିରେ କାହିଁକି କହିଲା ?’’ ଭଳି ଅନେକ କଥାବାର୍ତ୍ତା ହୋଇଥିଲା ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓ ଭାରରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଭିଡିଓ ବିଷୟରେ ନାବାଳିକାର ବାପାଙ୍କୁ ପଚରାଯିବାରୁ ସମାଜସେବୀ ଜଣକ "ଅଭିଯୁକ୍ତ ସାବାଳକରୁ ନାବାଳକ ହେଲା ବୋଲି କହିବାକୁ ଆସିଥିଲେ । ସେ ମଦ ପିଇକି ଆସିଥିଲେ । ମାେ ଝିଅ ଉପରେ ଗୋଟିଏ କାହାଣୀ କରିବେ ବୋଲି କହୁଥିଲେ ଏବଂ ମୁଁ ତାଙ୍କ କଥାରେ ହଁ ମାରିଛି । ଯିଏ ଯାହା କହୁଛି କହୁ ମୋ ଝିଅକୁ ନ୍ୟାୟ ମିିଳୁ ଏବଂ ଏହି ଭିଡିଓ ଆମ ଅଜଣାତରେ ସୁଟିଂ ହୋଇଛି ବୋଲି ଭିଡିଓ ସମ୍ପର୍କରେ ଉତ୍ତର ରଖିଛନ୍ତି ନାବାଳିକାର ବାପା ଅଶୋକ ସାହୁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.