ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲା ନୟାଗଡ଼ର ମାରୁତି ସେନା

ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ନୟାଗଡ଼ର "ମାରୁତି ସେନା "l ରାସ୍ତା ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଅଧିକ ପଢନ୍ତୁ...

Nayagarh's Maruti sena has demanded a CBI inquiry of Aditya Das death
ଆଦିତ୍ୟ ଦାଶଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବୀ କଲେ ନୟାଗଡ଼ର ମାରୁତି ସେନା
author img

By

Published : Oct 1, 2020, 2:47 PM IST

ନୟାଗଡ଼: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ନୟାଗଡ଼ର "ମାରୁତି ସେନା "l ନୟାଗଡ଼ର ମାରୁତି ସେନା ପକ୍ଷରୁ, ଖଣ୍ଡପଡ଼ା ରାସ୍ତା ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି ଦାବି ପତ୍ରରେ ସିବିଆଇ ତଦନ୍ତ ଦାବୀ କରାଯାଇଛି l

ଆଦିତ୍ୟ ଦାଶଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବୀ କଲେ ନୟାଗଡ଼ର ମାରୁତି ସେନା

ଇତି ମଧ୍ୟରେ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଗଲାଣି l ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ସେ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ lପ୍ରଥମେ ଜି.ଆର.ପି ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ଆଦିତ୍ୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସତ୍ୟ ଉନ୍ମୋଚନ ହୋଇପାରିନି l ତେଣୁ ସିବିଆଇ ତଦନ୍ତ କଲେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ମାରୁତି ସେନାର ସଦସ୍ୟମାନେ l

ପ୍ରଦୀପ୍ତ କୁମାର ଦାଶ. ରତ୍ନାକର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ନୟାଗଡ଼ ମାରୁତି ସେନା ଶାଖାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.