ETV Bharat / state

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରି - nayagarh,

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରି । ଥୁଆବାରି ଗାଁରୁ 61 ଜଣ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ପ୍ରେମର ଅନନ୍ୟ ଉଦାହରଣ ପାଲଟିଛନ୍ତି।

ଫଟୋ ସୌଜନ୍ୟ- ପ୍ରତିନିଧି, ନୟାଗଡ
author img

By

Published : Aug 26, 2019, 9:47 PM IST

ନୟାଗଡ଼: ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରି । ସେଦିନ ମହାତ୍ମା ଗାନ୍ଧୀଙ୍କ ଡାକରାରେ କଣ୍ଡୁରୀ ପରିଡା ଗାଇ ଆଳ ବେଶରେ ଦେଲାଙ୍ଗ ଠାରେ ଯାଇ ପ୍ରଜା ଆନ୍ଦୋଳନର କଥା କହିଥିଲେ । ସେହି ସଭାରୁ ପ୍ରେରଣା ପାଇ ନୟାଗଡ଼ରେ ପ୍ରଜା ଆନ୍ଦୋଳନ ଜୋର ଧରିଥିଲା । ବ୍ରିଟିଶ ମାନଙ୍କର ଅତ୍ୟାଚାର ଅତ୍ୟଧିକ ଓ ଗାଁ ସାହୁକାର ମାନେ ମନଇଚ୍ଛା କର ଆଦାୟ କରିବାରୁ, ଗାଁରେ ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଲା । ଭୋକ ଉପାସରେ ରହିଲେ ଲୋକେ । ଶେଷରେ ପ୍ରଜା ଆନ୍ଦୋଳନ ମୁଣ୍ଡଟେକିଥିଲା ନୟାଗଡ଼ରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ନୟାଗଡ

ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ପ୍ରଜା ଆନ୍ଦୋଳନ ଜୋରଦାର ହେଲା । ଶେଷରେ ନିଜର ଜମିଦାରୀ ପଦ ହରାଇ ବସିଲେ । ଗାଁର ଅନେକ ଲୋକଙ୍କୁ ଏକାଠି କରି ଗାଁ ଗାଁ ବୁଲି କର ନଦେବାପାଇଁ ଲୋକଙ୍କୁ କହିଲେ । ପ୍ରଜା ଆନ୍ଦୋଳନରେ ଥୁଆବାରି ଗାଁର ପ୍ରତ୍ୟେକ ପରିବାର ସାମିଲ ହେଲା । ମେଳି ହୋଇ ପ୍ରଥମେ ବରକୋଲା ବିଟି ହାଉସକୁ ପୋଡ଼ିଦେଲେ । ଆନ୍ଦୋଳନକାରୀମାନେ ନୂଆଗାଁରେ ପହଞ୍ଚି ସଂଗଠନକୁ ଜୋରଦାର କରିବାପାଇଁ ବୈଠକ କରୁଥିବା ସମୟରେ ପୋଲିସ ଗୁଳିରେ କଷ୍ଠି ଡାକୁଆ ଶହୀଦ ହୋଇଗଲେ ।

ଅନେକ ଲୋକଙ୍କୁ କାରାଗାର ପଠାଇ ଦିଆଗଲା । ନୟାଗଡ଼ ଜେଲରେ ବୁଦ୍ଧ ପରିଡା, ଗାୟ ବେହେରା ସ୍ବାଧୀନତା ସଂଗ୍ରାମୀ ଶହୀଦ ହୋଇଗଲେ । ଅକଥନୀୟ ଅତ୍ୟାଚାର ସହିନପାରି ହରିସାହୁ ଜେଲରେ ପାଗଳ ହୋଇଗଲେ । ବାର ବର୍ଷର ପୁଅ ବୈରାଗୀ ନାୟକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଖତି ସାହୁ ଜେଲ ପାଚେରୀ ଡେଇଁ କେଉଁ ଆଡେ ନିଖୋଜ ହୋଇଗଲେ । ଗାଁରେ ଥିବା ଲୋକଙ୍କୁ ପଣବନ୍ଦୀ କରି ରଖିଲେ । ଖାଇବାକୁ ଦେଲେ ନାହିଁ । ଥୁଆବାରି ଗାଁରୁ 61 ଜଣ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ପ୍ରେମର ଅନନ୍ୟ ଉଦାହରଣ ପାଲଟି ଗଲେ ।

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ନଥିବା ବେଳେ, ଶହୀଦ ସ୍ମୃତି ସ୍ତମ୍ଭଟି ଭାଙ୍ଗିଯାଇଛି । ଗ୍ରାମବାସୀମାନେ ନିଜସ୍ବ ଅର୍ଥରେ ସେହି ସ୍ମୃତି ସ୍ତମ୍ଭଟିକୁ ନିର୍ମାଣ କରିଥିଲେ । ପ୍ରତିବର୍ଷ ଅକ୍ଟୋବର ମାସରେ ଶ୍ରାଦ୍ଧ ଦିବସ ପାଳନ କରୁଥିଲେ ମଧ୍ୟ, ଜିଲ୍ଲା ପ୍ରଶାସନର ଅବହେଳା କୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଆଜିବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହାତଲେଖା ଚିଠି, ଭାରତ ସରକାରଙ୍କ ଦ୍ବାରା ପ୍ରଦତ୍ତ ତାମ୍ର ଫଳକ, ପ୍ରତ୍ୟେକ ଘରେ ସାଇତା ଅଛି । ଆଉ ହାତଗଣତି କିଛି ସ୍ବାଧୀନତା ସଂଗ୍ରାମୀଙ୍କ ପତ୍ନୀ ବଞ୍ଚିରହିଛନ୍ତି । ସେଦିନର ସେଇ କଷ୍ଟ ଆଜିବି ମନେପକାଇ ଆଖିରୁ ଲୁହ ଗଡାଉଛନ୍ତି ପରିବାର । ତଥାପି ମନରୁ ଦେଶ ପ୍ରେମ କମିନାହିଁ । ଭାରତ ବର୍ଷରେ ଏଭଳି ଏକ ଗାଁ ବିରଳ । ଯେଉଁ ଗାଁର ପ୍ରତ୍ୟେକ ମଣିଷ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରି । ସେଦିନ ମହାତ୍ମା ଗାନ୍ଧୀଙ୍କ ଡାକରା ପାଇ କଣ୍ଡୁରୀ ପରିଡା ଗାଇଆଳ ବେଶ ରେ ଦେଲାଙ୍ଗ ଠାରେ ଯାଇ ନଯାହାଡ଼ ରେ ପ୍ରଜା ଆନ୍ଦୋଳନ ର କଥା କହିଥିଲେ । ସେହି ସଭାରୁ ପ୍ରେରଣା ପାଇ ନୟାଗଡ଼ ରେ ପ୍ରଜା ଅଣ୍ଡିଲନ କୁ ଆହୁରି ଜୋର କରିଥଲେ । Body:ବ୍ରିଟିଶ ମାନଙ୍କର ଅତ୍ୟାଚାର ଅତ୍ୟଧିକ ଓ ଗାଁ ସାହୁକାର ମାନେ ମନଇଚ୍ଛା କର ଆଦାୟ କରିବାରୁ, ଗାଁରେ ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଲା । ଭୋକ ଉପାସ ରେ ରହିଲେ । ଶେଷରେ ପ୍ରଜା ଆନ୍ଦୋଳନ ଦେଖାଦେଲା ନୟାଗଡ଼ ରେ । ଆନନ୍ଦ ସ୍ବାଇଁଙ୍କ ନେତୃତ୍ୱ ରେ ପ୍ରଜା ଆନ୍ଦୋଳନ ଜୋରଦାର ହେଲା । ଶେଷରେ ନିଜର ଜମିଦାରୀ ପଦ ହରେଇବସିଲେ । ଗାଁର ଅନେକ ଲୋକଙ୍କ ଏକାଠିକରି ଗାଁ ଫଁ ବୁଲି କର ନଦେବାପାଇଁ ଲୋକଙ୍କୁ କହିଲେ । ପ୍ରଜାନ୍ଦୋଳନ ରେ ଥୁଆବାରି ଗାଁର ପ୍ରତେକ ପରିବାର ଲୋକ ଝାସ ଦେଲେ । ମେଲି ହୋଇ ପ୍ରଥମେ ବରକୋଲା ବିଟି ହାଉସ କୁ ପୋଡ଼ିଦେଲେ । ମହିତମା ଖମର ଲୁଟ କରିଲେ । ଆନ୍ଦୋଳନ କାରୀମାନେ ନୂଆଗାଁ ରେ ପହଂଚି ଆହୁରି ଜୋରଦାର ସଂଗଠନ କରିବାପାଇଁ ବୈଠକ ବସୁଥିବା ସମୟରେ ପୋଲିସ ଗୁଳିରେ କଷ୍ଠି ଡାକୁଆ ସହିଦ ହୋଇଗଲେ । ଅନେକ ଲୋକଙ୍କ କାରାଗାର ପଠାଇ ଦିଆଗଲା ।
ନୟାଗଡ଼ ଜେଲ ରେ ବୁଦ୍ଧ ପରିଡା, ଗାୟ ବେହେରା ସହିଦ ହୋଇଗଲେ । ଅକଥନୀୟ ଅତ୍ୟାଚାର ସହିନପାରି ହରିସାହୁ ଜେଲ ରେ ପାଗଳ ହୋଇଗଲେ । ବାର ବର୍ଷର ପୁଅ ବୈରାଗୀ ନାୟକ ଆନ୍ଦୋଳନ ରେ ସାମିଲ ହୋଇଥିଲେ । ଖତି ସାହୁ ଜେଲ ପାଚେରୀ ଡେଇଁ କେଉଁ ଆଡେ ନିଖୋଜ ହୋଇଗଲେ । ଗାଁରେ ଥିବା ଲୋକଙ୍କୁ ପଣ ବନ୍ଦି କରି ରଖିଲେ । ଖାଇବାକୁ ଦେଲେ ନାହିଁ । ଥୁଆବାରି ଗାଁରୁ 61 ଜଣ ଲୋକ ସ୍ୱାଧୀନତା ସଂଗ୍ରାମୀ ରେ ଝାସ ଦେଇ ଦେଶ ପ୍ରେମର ଅନନ୍ୟ ଉଦାହରଣ ପାଲଟି ଗଲେ । Conclusion:ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଦଜ୍ଞ ଆଜିପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ନଥିବା ବେଳେ, ସହିଦ ସ୍ମୃତି ସ୍ତମ୍ବ ଟି ଭାଙ୍ଗିଯାଇଛି । ଗ୍ରାମବାସୀ ମାନେ ନିଜସ୍ୱ ଅର୍ଥ ରେ ସେହି ସ୍ମୃତି ସ୍ତମ୍ଭ ଟିକୁ ନିର୍ମାଣ କରିଥିଲେ । ପ୍ରତିବର୍ଷ ଅକ୍ଟୋବର ମାସରେ ସହଡ଼ ଶ୍ରାଦ୍ଧ ଦିବସ ପାଳନ କରୁଥିଲେ ମଧ୍ୟ, ଜିଲ୍ଲା ପ୍ରଶାସନ ର ଅବହେଳା କଥା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସହିଦ ପରିବାରକୁ ଯେତିକି ସଂମାନ ମିଳିବା କଥା ସରକାର ଦେଇପାରିଲେ ନାହିଁ । ଆଜିବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହାତଲେଖା ଚିଠି, ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ତାମ୍ର ଫଳକ, ପ୍ରେତକ ଘରେ ଘରେ ସାଇତି ରଖିଛନ୍ତି । ଆଉ ହାତଗଣତି କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଂଚି ରହିଛନ୍ତି । ସେଦିନର ସେଇ କଷଣ ଆଜିବି ମନେପକେଇ ଆଖିରୁ ଲୁହ ଢାଳୁଛନ୍ତି । ତଥାବି ମନରୁ ଦେଶ ପ୍ରେମ କମିନାହିଁ । ଭାରତ ବର୍ଷରେ ଏଭଳି ଏକ ଗାଁ ବିରଳ, ଯେଉଁ ଗାଁର ପ୍ରତେକ ମଣିଷ ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ହିସାବରେ ସ୍ୱତନ୍ତ୍ର ଗ୍ରାମର ମାନ୍ୟତା ଦାବି ରଖିଛନ୍ତି ଗ୍ରାମବାସୀ ମାନେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.