ETV Bharat / state

ଯଦୁପୁର ଦୁଷ୍କର୍ମ ମାମଲା, ଜମାନବନ୍ଦୀ ରେକର୍ଡ ପାଇଁ ପିଟିସନ ଦାୟର - nayagarh victim father

ଯଦୁପୁର ନାବାଳିକ ଦୁଷ୍କର୍ମ ଓ ହତ୍ୟା ମାମଲା । 164 ଧାରାରେ ଜମାନବନ୍ଦୀ ରେକର୍ଡ ପାଇଁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟର ଦ୍ୱାରସ୍ଥ ହେଲେ ନାବାଳିକାର ବାପା । ଅଧିକ ପଢନ୍ତୁ....

ଯଦୁପୁର ଦୁଷ୍କର୍ମ ମାମଲା, ଜମାନବନ୍ଦୀ ରେକର୍ଡ ପାଇଁ ପିଟିସନ ଦାୟର

author img

By

Published : Mar 30, 2021, 8:15 PM IST

ନୟାଗଡ: ବହୁଚର୍ଚ୍ଚିତ ଯଦୁପୁର ନାବାଳିକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ମୋଡ଼ । ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164 ଧାରାରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସେମାନଙ୍କ ଜମାନବନ୍ଦୀ ଲିପିବଦ୍ଧ ପାଇଁ ମଙ୍ଗଳବାର ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରିଛନ୍ତି ନାବାଳିକାର ବାପାମାଆ । ଅନ୍ୟପକ୍ଷେ ପିଟିସନର ନକଲ ଅଭିଯୁକ୍ତ ନାବାଳକର ଓକିଲ ଏବଂ ସରକାରୀ ଓକିଲଙ୍କୁ ପ୍ରଦାନ କରାଯିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ଚିଲଡ୍ରେନ୍ସ କୋର୍ଟ ଜର୍ଜ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।

ଯଦୁପୁର ଦୁଷ୍କର୍ମ ମାମଲା, ଜମାନବନ୍ଦୀ ରେକର୍ଡ ପାଇଁ ପିଟିସନ ଦାୟର

ସରକାରୀ ଓକିଲ ଏଥିରେ ପ୍ରତିବାଦ କରିବାରୁ ଏହି ପିଟିସନ ଉପରେ ପରବର୍ତ୍ତୀ ଶୁଣାଣି ପାଇଁ ୧୯ ଏପ୍ରିଲକୁ ଧାର୍ଯ୍ୟ କରାଯାଇଛି । 164 ଧାରା ଆଧାରରେ ପୀଡିତା ଏତଲାକାରୀଙ୍କ ଜମାନବନ୍ଦୀ ଲିପିବଦ୍ଧ ନ କରାଯାଇ ତରବରିଆ ଭାବେ ତଦନ୍ତକାରୀ ସଂସ୍ଥା ଏସଆଇଟି ପକ୍ଷରୁ କିଭଳି ମୁଦାଲା ବିରୁଦ୍ଧରେ ଅଭିଯୋଗ ଫର୍ଦ ଦାଖଲ କରାଗଲା ବୋଲି ଆଇନଜୀବୀ ରଣଜିତ୍ ଦାଶ ଚିଲଡ୍ରେନ୍ସ ଜର୍ଜଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.