ETV Bharat / state

‘ଉପର ମଣିନାଗ’; ଥରେ ବୁଲିଗଲେ ଫେରିବାକୁ ହୁଏନି ମନ - nayagarh tourist place

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରଣପୁରର 'ଉପର ମଣିନାଗ' ପର୍ବତମାଳା । ଯେଉଁଠିକୁ ଥରେ ବୁଲିଗଲେ ଫେରିବାକୁ ହୁଏନି ମନ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସ୍ଥାନର ଭିଡିଓ ଭାଇରାଲ ହେବା ପରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ମନମୋହୁଛି ରଣପୁର 'ଉପର ମଣିନାଗ'  or  ପର୍ଯ୍ୟଟକଙ୍କ ମନମୋହୁଛି ଓଡିଶାର କୁନ୍ନୁର

author img

By

Published : Oct 15, 2020, 9:46 PM IST

ନୟାଗଡ: ସବୁଜ ବନାନୀରେ ସଜେଇ ହୋଇଛି ସମଗ୍ର ପରିବେଶ । ଆକାଶରେ ମେଘ ଖଣ୍ଡକୁ ଛୁଉଁଛି ସୁଉଚ୍ଚ ପାହାଡର ଶୋଭାରାଜି। ଅବର୍ଣ୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଜାବୁଡି ଧରିଛି ନୟାଗଡ ରଣପୁରର 'ଉପର ମଣିନାଗ' l ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନ ଠାରୁ ୧୮୯୩ ଫୁଟ ଉଚ୍ଚରେ ରହିଛି ମଣିନାଗ ଦୁର୍ଗାଙ୍କ ମନ୍ଦିର l ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅଛନ୍ତି l

ପର୍ଯ୍ୟଟକଙ୍କ ମନମୋହୁଛି ରଣପୁର 'ଉପର ମଣିନାଗ'

ସୁନ୍ଦର ଓ ଶୀତଳ ପରିବେଶରେ ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ କାହିଁ କେତେ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ଖାସ କରି ଯୁବ ପିଢିଙ୍କ ପାଇଁ ସେଲଫି ପଏଣ୍ଟ ସାଜିଛି ଏହି ଅଞ୍ଚଳ। 'ଉପର ମଣିନାଗ'ର ଦୃଶ୍ୟ କୋରାପୁଟର ଦେଓମାଳୀ ଓ କେରଳର କୁନ୍ନୁର ସହ ସାମଞ୍ଜସ୍ୟ ରହୁଥିବା କହିଛନ୍ତି ପର୍ଯ୍ୟଟକ ।

ଏଠାକୁ ଯିବାକୁ ହେଲେ ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ରାଜସୁନାଖଳା ଠାରୁ ଆସିବାକୁ ପଡେ l ଏଠାରୁ ରଣପୁର ମାତ୍ର 12 କିଲୋମିଟର l ଆଉ ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର 65 କିମି ଦୂରତାରେ ରହିଛି ଏହି ସ୍ଥାନ l ପୂର୍ବରୁ ଏହି ଅଞ୍ଚଳକୁ ସୁଗମ ପଥ ନଥିଲା । କିନ୍ତୁ ଏବେ ତିଆରି ହୋଇଥିବା ପିଚୁ ରାସ୍ତା ଯୋଗୁଁ ଧୀରେ ଧୀରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା।

ତେବେ ଏଠାରେ ଦେବୀ ଦୁର୍ଗାଙ୍କ ନିକଟରେ ପୂର୍ବରୁ ନରବଳୀ ଦେବା ପ୍ରଥା ପ୍ରଚଳିତ ଥିବାବେଳେ, ମାଘ ମାସରେ ଏହା ଦିଆଯାଏ। ହେଲେ ୧୯୩୯ ମସିହା ଠାରୁ ଏହି ପ୍ରଥା ବନ୍ଦ ରହିଛି । ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ ଉହାଡରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିବାସହ, ଶୀତୁଆ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟକୁ ଆହୁରି ଉଜ୍ଜିବିତ କରିଥାଏ।

ତେବେ ଏହି ସ୍ଥାନ ଉପରେ ଯଦି ରାଜ୍ୟ ସରକାରଙ୍କ ନଜର ପଡିବ ତେବେ ଏହି ସ୍ଥାନ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ।

ନୟାଗଡରୁ ଜୟନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.