ETV Bharat / state

ଡାକ୍ତର ହେବାକୁ ଇଚ୍ଛା, ମାତ୍ର ବାଧକ ସାଜିଛି ଅର୍ଥ

ପଙ୍କରେ ପଦ୍ମ । ଭ୍ରୁଣ ହତ୍ୟା ପାଇଁ ଅପବାଦ ନେଇଥିବା ନୟାଗଡ ଜିଲ୍ଲାରେ ଛାତ୍ରୀ ଟପ୍ପର । +2 ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ହେଲେ ସୁପ୍ରିୟା ବେହେରା ।

author img

By

Published : Jun 6, 2019, 10:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: କନ୍ୟା ଭ୍ରୁଣ ହତ୍ୟାର ଅପବାଦ ଜିଲ୍ଲାର ପିଛା ଛାଡୁ ନଥିବା ବେଳେ ଏହି ଜିଲ୍ଲାର ଝିଅମାନେ ସବୁକ୍ଷେତ୍ରରେ ଆଗରେ । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବିଜ୍ଞାନରେ 549 ମାର୍କ ରଖି ନୟାଗଡ ଟପ୍ପର ହୋଇଛନ୍ତି ସୁପ୍ରିୟା ବେହେରା । ଆଶା ଅଛି ଡାକ୍ତରଟିଏ ହୋଇ ରୋଗୀଙ୍କ ସେବା କରିବା, ମାତ୍ର ଏହି ସ୍ବପ୍ନରେ ଅର୍ଥ ସାଜିଛି ବାଧକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ବାପା ଭଗବାନ ବେହେରା ମହିପୁର ମେଡିକାଲରେ ଅସ୍ଥାୟୀ ଠିକା ଡ୍ରାଇଭର ଚାକିରି କରନ୍ତି । କାଗଜପତ୍ର ଅସୁବିଧା କାରଣରୁ ତିନିବର୍ଷ ହେବ ଦରମା ପାଇନାହାଁନ୍ତି ଭଗବାନ । ଝିଅର ସଫଳତାରେ ଖୁସି ଥିବା ବାପା ଝିଅକୁ ଆଗକୁ କେମିତି ପଢେଇବେ ସେଥିପାଇଁ ଚିନ୍ତିତ ।

କୋଚିଂ ସେଣ୍ଟରରେ ସାର ମାନେ ଅନେକ ସହାୟତା କରନ୍ତି ବୋଲି କହିଛନ୍ତି ସୁପ୍ରିୟା । ଦିନକୁ ପ୍ରାୟ 10-12ଘଣ୍ଟା ପରିଶ୍ରମ କରନ୍ତି ସୁପ୍ରିୟା । ମାତ୍ର ଅଭାବ କାରଣରୁ ଝିଅକୁ ଡାକ୍ତରୀ ପଢେଇପାରିବେନି ବୋଲି କହିଛନ୍ତି ଭଗବାନ ।

ବାଲ୍ୟ ବିବାହ, କନ୍ୟା ଭ୍ରୁଣ ହତ୍ୟା ଭଳି ଆମନବିକ କାଣ୍ଡ ଘଟୁଥିବା ଜିଲ୍ଲାରେ ଏପରି ସୁଯୋଗ୍ୟ କନ୍ୟା ଜନ୍ମ ହେବା ପଙ୍କରେ ପଦ୍ମ ଫୁଟିଲା ପରି । ତେଣୁ ସୁପ୍ରିୟାଙ୍କ ସ୍ବପ୍ନ ପୁରଣ କରିବା ପାଇଁ କୌଣସି ସଂଗଠନକୁ କିମ୍ବା ବ୍ୟକ୍ତି ବିଶେଷଙ୍କୁ ସହଯୋଗର ହାତ ବଢେଇବାକୁ ଅନୁରୋଧ ।

ତେବେ ସୁପ୍ରିୟାଙ୍କୁ ସାହାଯ୍ୟ କରିବାପାଇଁ ଇଚ୍ଛୁକ ବ୍ୟକ୍ତି ତାଙ୍କ ପିତା ଭଗବାନ ବେହେରାଙ୍କୁ ‘9938938750’ରେ ସମ୍ପର୍କ କରିପାରିବେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

erterte

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.