ETV Bharat / state

ସ୍ଵାତୀ ମୃତଦେହ ଉଦ୍ଧାର ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି - ବିଜେପି ନେତ୍ରୀ ସୋନାଲି ସାହୁ

ପରୀ ପରେ ସ୍ଵାତୀ ମୃତଦେହ ଉଦ୍ଧାର ଘଟଣା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସ୍ଥାନୀୟ ବିଧାୟକ ପୋଲିସ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଦଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସୋନାଲି ସାହୁ ମୁଖପାତ୍ର ବିଜେପି
ସୋନାଲି ସାହୁ ମୁଖପାତ୍ର ବିଜେପି
author img

By

Published : Dec 16, 2020, 1:05 PM IST

ନୟାଗଡ: ପରୀ ପରେ ସ୍ଵାତୀ ମୃତଦେହ ଉଦ୍ଧାର ଘଟଣା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । 3 ବର୍ଷର ଶିଶୁ କନ୍ୟା ସ୍ବାତୀ ନିଖୋଜର 5 ଦିନ ପରେ ମଙ୍ଗଳବାର ଗାଁ ପାଖି ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସ୍ଵାତୀ ମୃତ ଦେହ ଉଦ୍ଧାର ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି

ସେପଟେ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାରତୀୟ ଜନତା ପାର୍ଟି ବିଜେପି । ସ୍ବାତୀ ଗାଁକୁ ବିଜେପିର ଏକାଧିକ ଟିମ ଯାଇ ପରିବାରକୁ ସାକ୍ଷାତ କରିଥିବା ବେଳେ ଆଜି ଦଳୀୟ ନେତ୍ରୀ ସୋନାଲି ସାହୁ ମଧ୍ୟ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଘଟଣା ସମ୍ବେଦନଶୀଳ ଓ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ।

ବିଜେପି ନେତ୍ରୀ ସୋନାଲି ସାହୁ ଅଭିଯୋଗ କରିଛନ୍ତି ପ୍ରତ୍ୟେକ ଦିନ 12 ଜଣ ଶିଶୁ ନିଖୋଜ ହେଉଛନ୍ତି l ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍‌ । ପୋଲିସ ପ୍ରଶାସନର ଅପାରଗତା ପାଇଁ 5 ଦିନ ପରେ ଗାଁ ପାଖ ପୋଖରୀରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହେଲା । ବିଜେପି ଅଭିଯୋଗ କରିଛି ସ୍ଵାତୀକୁ ହତ୍ୟା କରାଯାଇଛି l ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ । ସେହିଭଳି ସ୍ଥାନୀୟ ବିଧାୟକଙ୍କ ଆଭିମୁଖ୍ୟ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ସୋନାଲି ସାହୁ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.