ETV Bharat / state

ଲଡ଼ୁବାବାଙ୍କ ପୀଠରେ ଡ଼ଙ୍ଗାବୁଡି ଘଟଣା, ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ

author img

By

Published : May 27, 2022, 2:30 PM IST

ନୟାଗଡ଼ର ପ୍ରସିଦ୍ଧ ଲଡୁବାବାଙ୍କ ପୀଠରେ ଚାପ ଖେଳୁଥିବାବେଳେ ଡଙ୍ଗା ବୁଡି ଘଟଣା । ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । ଅଧିକ ପଢନ୍ତୁ

ପ୍ରସିଦ୍ଧ ଲଡ଼ୁବାବାଙ୍କ ପୀଠରେ ଡ଼ଙ୍ଗା ବୁଡି ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

ନୟାଗଡ଼: ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଲଡୁବାବାଙ୍କ(Ladu baba temple) ପୀଠରେ ଚାପ ଖେଳୁଥିବାବେଳେ ଡଙ୍ଗା ବୁଡି ଘଟଣା (Boat Overturns During Chapa Khela) । ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । ନୋଟିସର ଉତ୍ତର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଗତ ସୋମବାର ରାତି ପ୍ରାୟ ୧୧ ଟା ବେଳେ ଚାପ ଖେଳୁଥିବାବେଳେ, ଚନ୍ଦନ ପୁଷ୍କରିଣୀରେ ଡ଼ଙ୍ଗା ବୁଡିଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ଭକ୍ତ ଓ ସେବାୟତ ।

ଭଉଁରୀ ଯାତ୍ରା ଅବସରରେ ସୋମବାର ରାତି ସାଢେ ୧୧ଟା ସମୟରେ ଲଡୁବାବାଙ୍କ ମନ୍ଦିର ନିକଟରେ ଥିବା ପୁଷ୍କରିଣୀରେ ଚାପ ଖେଳ ହେଉଥିଲା । ୨ଟି ଡ଼ଙ୍ଗାକୁ ମିଶାଇ ଗୋଟିଏ ଡ଼ଙ୍ଗା କରାଯାଇଥିଲା । ଏହି ଡ଼ଙ୍ଗାରେ ସେବାୟତ ଓ ଭକ୍ତ ରହିଥିଲେ । ଚନ୍ଦନ ପୁଷ୍କରିଣୀରେ ୨୧ ଘେରା ଭଉଁରୀ ବୁଲିବା ପୂର୍ବରୁ ୨୦ ଘେରାରେ ଅଘଟଣ ଘଟିଥିଲା । ଡ଼ଙ୍ଗାରେ ପ୍ରାୟ ୩୩ ଜଣ ଥିଲେ । ଯାହା ଡ଼ଙ୍ଗାର କ୍ଷମତା ବାହାରେ ବୋଲି କୁହାଯାଉଛି । ୨୦୦୬ ମସିହାରେ ଏହି ଡ଼ଙ୍ଗା ତିଆରି କରାଯାଇଥିଲା । ଡ଼ଙ୍ଗାରେ ପାଣି ପଶୁଥିବା କଥା ଜାଣିବି ଡଙ୍ଗା ବ୍ୟବହାର କରାଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ବସିବା ଯୋଗୁଁ ଡଙ୍ଗାରେ ପାଣି ପଶିଯାଇ ହଠାତ ବୁଡି ଯାଇଥିଲା ।

ସେବାୟତ ଓ ଭକ୍ତମାନେ ପହଁରି କୂଳକୁ ଆସିଥିଲେ । ପୁଷ୍କରିଣୀରେ ୫ ଫୁଟ ପାଣିରୁ ଠାକୁରଙ୍କୁ ଅଣା ଯାଇ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବାବେଳେ, ଏହି ଘଟଣାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏକ ପ୍ରସିଦ୍ଧ ମନ୍ଦିରରେ ଏପରି ଅଵ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୬ ବର୍ଷ ପୂର୍ବରୁ ତିଆରି ହୋଇଥିବା ଡଙ୍ଗାକୁ ବ୍ୟବହାର କରି ଠାକୁରଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି କରାଯିବାକୁ ସହଜରେ କେହି ଗ୍ରହଣ କରୁନାହାନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.