ETV Bharat / state

ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଭଙ୍ଗାରୁଜା, ଷ୍ଟେସନ ମାଷ୍ଟରଙ୍କୁ ମାଡ଼

author img

By

Published : Apr 12, 2021, 11:07 AM IST

Updated : Apr 12, 2021, 11:19 AM IST

ନୟାଗଡ଼ ରେଳ ଷ୍ଟେସନରେ କିଛି ମଦ୍ୟପ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ନୟାଗଡ଼ ରେଳ ଷ୍ଟେସନରେ ଭଙ୍ଗାରୁଜା
ନୟାଗଡ଼ ରେଳ ଷ୍ଟେସନରେ ଭଙ୍ଗାରୁଜା

ନୟାଗଡ଼: ରେଳ ଷ୍ଟେସନରେ ଭଙ୍ଗାରୁଜା କରି ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମାରିଲେ ମଦ୍ୟପ । ନୟାଗଡ଼ ରେଳ ଷ୍ଟେସନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆସିଛି ।

ଗତକାଲି(ରବିବାର) ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଆହତ ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ମଦ୍ୟପଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ନୟାଗଡ଼ ରେଳ ଷ୍ଟେସନରେ ଭଙ୍ଗାରୁଜା

ରବିବାର ରାତିରେ 8 ରୁ 10 ଜଣ ଦୁର୍ବୃତ୍ତ ଷ୍ଟେସନ ଭିତରେ ମଦ୍ୟପାନ କରୁଥିଲେ । ତେବେ ଷ୍ଟେସନ ପରିଚାଳକ ଏହାକୁ ବିରୋଧ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଦୁର୍ବୃତ୍ତ । ଆଉ ଷ୍ଟେସନ କର୍ମଚାରୀଙ୍କୁ ଭୟଭୀତ କରାଇ କାର୍ଯ୍ୟାଳୟରେ ଆତଙ୍କରାଜ କରିଥିଲେ । ଏନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 12, 2021, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.