ETV Bharat / state

ଫିଲ୍ମ ଷ୍ଟାଇଲରେ 2 ଯୁବତୀଙ୍କୁ ଅପହରଣ ଘଟଣା, 3 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଯୁବତୀଙ୍କୁ ଅପହରଣ କରି ନେବାବେଳେ ଉଦ୍ଧାର କଲା ପୋଲିସ । ଆଇସ୍କ୍ରିମ କିଣି ଆସିଥିବା ବେଳେ ଗାଡ଼ି ଭିତରକୁ ଟାଣି ଅପହରଣ କରି ନେଉଥିଲେ 3 ଅଭିଯୁକ୍ତ । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଅଧିକ ପଢ଼ନ୍ତୁ

author img

By

Published : Jan 30, 2022, 11:45 AM IST

Updated : Jan 30, 2022, 11:56 AM IST

nayagarh police arrested to accused for kidnapping girl
ଆଇସ୍କ୍ରିମ କିଣି ଫେରିବା ବେଳେ ଦୁଇ ଯୁବତୀଙ୍କୁ ଅପହରଣ, 3 ଗିରଫ

ନୟାଗଡ଼: ଯୁବତୀଙ୍କୁ ଅପହରଣ କରି ନେବାବେଳେ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ସଂଶ୍ଲିଷ୍ଟ 3 ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଫିଲ୍ମ ଷ୍ଟାଇଲରେ 2 ଯୁବତୀଙ୍କୁ ଅପହରଣ ଘଟଣା, 3 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନୟାଗଡ଼ ଜିଲ୍ଲା ସିନ୍ଦୁରିଆ ଗାଁରେ ଆଇସକ୍ରିମ କିଣିବା ପାଇଁ ଆସିଥିବାବେଳେ ଅପହରଣର ଶିକାର ହୋଇଥିଲେ ଦୁଇ ଯୁବତୀ । ସୂଚନା ମୁତାବକ, ଦୁଇ ଜଣ ଯୁବତୀ ଆଇସ୍କ୍ରିମ କିଣି ଘରକୁ ଫେରୁଥିଲେ l ତେବେ ଗୋଟିଏ କାରରେ ତିନି ଯୁବକ ବନ୍ଧୁକ ଓ ଭୁଜାଲି ଦେଖାଇ ଘଟଣାସ୍ଥଳରେ ଦୁଇ ଯୁବତୀଙ୍କୁ ଉଠାଇ ନେଇଥିଲେ । ଏହି ଘଟଣାରେ ଯୁବତୀଙ୍କ ପରିବାର ଲୋକେ ତୁରନ୍ତ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ 3 ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତ 3ଜଣ ହେଲେ ଗଞ୍ଜାମ ଜିଲ୍ଲା ଧରାକୋର୍ଟ ଥାନା ଅଞ୍ଚଳ ଜମିର ଖାଁ, ଗୋଶାଣୀ ନୂଆଗାଁ ଥାନା ଅଞ୍ଚଳର ସୁକାନ୍ତ କୁମାର ସାମନ୍ତରାୟ ଓ କଳାହାଣ୍ଡି ଜିଲ୍ଲା ପରମାନନ୍ଦପୁର ଗାଁର ଦିନେଶ କୁମାର ବିନ୍ଦାଣୀ l ସେମାନଙ୍କ ଠାରୁ ୨ଟି ବନ୍ଧୁକ ସହ ଏକ ଭୁଜାଲି ଜବତ କରିଛି ପୋଲିସ l ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 30, 2022, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.