ETV Bharat / state

ବଡ଼ ଧରଣର କାର ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ - କାର ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ

ନୟାଗଡ଼ ସଦରଥାନା ପୋଲିସ ଏକ କାର ଚୋରୀ ଘଟଣାର ତଦନ୍ତ କରୁଥିବା ସମୟରେ ବଡ଼ ଧରଣର କାର ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ l ଅଧିକ ପଢନ୍ତୁ

କାର ଡକାୟତି ଗ୍ୟାଙ୍ଗ
କାର ଡକାୟତି ଗ୍ୟାଙ୍ଗ
author img

By

Published : Dec 21, 2022, 12:39 PM IST

କାର ଡକାୟତି ଗ୍ୟାଙ୍ଗ

ନୟାଗଡ଼: ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ । ବଡ଼ ଧରଣର କାର ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ l ନୟାଗଡ଼ ସଦରଥାନା ପୋଲିସ ଏକ କାର ଚୋରୀ ଘଟଣାର ତଦନ୍ତ କରୁଥିବା ସମୟରେ ବଡ଼ ଡକାୟତ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା।

ଦୁଇ ଜଣ ଡକାୟତକୁ ପୋଲିସ ଗିରଫ କରିବା ସହ ୭ଟି ମୋବାଇଲ ଜବତ କରିଛି । ଚୋରୀ ହୋଇଥିବା କାରକୁ ଉଦ୍ଧାର କରାଯାଇଛି । ଏନେଇ ନୟଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଗତ ନଭେମ୍ବର ୧୫ ତାରିଖରେ ସଦରଥାନା ଅନ୍ତର୍ଗତ କୋଡ଼ିଏକାହାଣିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ କାରକୁ ତାଙ୍କର ଜଣେ ବନ୍ଧୁ ସୁଧର ଗୌଡ଼ ମାଗି ନେଇଥିଲେ । ଏହି କାର ନେଇ ସେ ଯିବା ସମୟରେ ସିପାହୀ ଅସୁରିଢିପା ନିକଟରେ ୬ ଜଣ ବ୍ୟକ୍ତି ଗୋଟିଏ ଆପାଚି ବାଇକ ଏବଂ ସ୍କୁଟିରେ ଆସି ଅଟକାଇଥିଲେ । ପିସ୍ତଲ ଓ ଭୁଜାଲି ଦେଖାଇ ସେମାନେ ୮ ହଜାର ଟଙ୍କା , ମୋବାଇଲ ଫୋନ୍ ଓ କାର ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ସଦରଥାନାରେ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଡକାୟତମାନେ ଉକ୍ତ କାର ଏବଂ ସ୍କୁଟି ନେଇ ନଭେମ୍ବର ୧୭ ତାରିଖ ଦିନ ଖଣ୍ଡପଡ଼ା ରାଜକିଆରି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଆତଙ୍କ ରଚାଇ ଲୁଟପାଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ଏହି ଦୁଇଟି ଘଟଣା ପରେ ୩ଜଣ ଅଭିଯୁକ୍ତ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପୋଲିସ ଦ୍ବାରା ଗିରଫ ହୋଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ରଣପୁର ପୋଲିସ ଦ୍ବାରା ଗିରଫ ହୋଇଥିଲା । ସଦରଥାନା ପୋଲିସ କାର ଚୋରୀ ଘଟଣାର ରହସ୍ୟ ଜାଣିବା ପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫତେଗଡ଼ ଥାନା ଚକ୍ରଧରପ୍ରସାଦ ଗ୍ରାମର ଦିଲ୍ଲୀପ ପରିଡ଼ା , ଶରଣକୁଳ ଥାନା କୁଶପାଣ୍ଡେରି ଗାଁର ମାନସ ପ୍ରଧାନକୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କଠାରୁ କାର ଓ ୭ଟି ମୋବାଇଲ ଫୋନ ଜବତ ହୋଇଛି ।

ଏହି ଘଟଣାକୁ ନେଇ ଏସପି କହିଛନ୍ତି, "ଗତ ନଭେମ୍ବର ୧୫ ତାରିଖରେ ସଦରଥାନା ଅନ୍ତର୍ଗତ କୋଡ଼ିଏକାହାଣିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ କାରକୁ ତାଙ୍କର ଜଣେ ବନ୍ଧୁ ସୁଧର ଗୌଡ଼ ମାଗି ନେଇଥିଲେ । ଏହି କାର ନେଇ ସେ ଯିବା ସମୟରେ ସିପାହୀ ଅସୁରିଢିପା ନିକଟରେ ୬ ଜଣ ବ୍ୟକ୍ତି ଗୋଟିଏ ଆପାଚି ବାଇକ ଏବଂ ସ୍କୁଟିରେ ଆସି ଅଟକାଇଥିଲେ । ପିସ୍ତଲ ଓ ଭୁଜାଲି ଦେଖାଇ ସେମାନେ ୮ ହଜାର ଟଙ୍କା , ମୋବାଇଲ ଫୋନ୍ ଓ କାର ଲୁଟି ନେଇଥିଲେ । ଏହି ଘଟଣାରେ ଆମେ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.