ETV Bharat / state

ଉଦ୍ଧାର ହେଲେ ନିଖୋଜ ଅମ୍ରିତ, ଗାଁ ଦାଣ୍ଡରେ ଛାଡି ଚାଲିଯାଇଛନ୍ତି ଦୁର୍ବୃତ୍ତ

ନୟାଗଡ଼ର ନାବାଳକ ଅମ୍ରିତ ପାତ୍ର ଅପହରଣ ଘଟଣା । ନିଖୋଜର 5 ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଅମ୍ରିତ । ଅଧିକ ପଢ଼ନ୍ତୁ

author img

By

Published : Dec 19, 2022, 9:11 AM IST

Updated : Dec 19, 2022, 9:46 AM IST

minor boy amrit missing case
ନୟାଗଡ଼ ନାବାଳକ ଅପହରଣ ଘଟଣା
ଉଦ୍ଧାର ହେଲେ ଅମ୍ରିତ

ନୟାଗଡ଼: କୁରାଳ ଗ୍ରାମର 12 ବର୍ଷୀୟ ନାବାଳକ ଅମ୍ରିତ ପାତ୍ର ଅପହରଣ ଘଟଣା । ନିଖୋଜର 5 ଦିନ ପରେ ଉଦ୍ଧାର ହେଲା ଅମ୍ରିତ । ଗତକାଲି (ରବିବାର) ବିଳମ୍ବିତ ରାତିରେ ଅମ୍ରିତକୁ ସୁରକ୍ଷିତ ଭାବେ କେହି ଗାଁ ଦାଣ୍ଡରେ ଆଣି ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି l ଅମ୍ରିତଙ୍କୁ ଉଦ୍ଧାର ପରେ ଗାଁ ଓ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଅପହରଣ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଆଜି (ସୋମବାର) ସକାଳୁ ଅମ୍ରିତକୁ ଦେଖିବା ପାଇଁ ଶହଶହ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି l ସେପଟେ ଅମ୍ରିତ କେଉଁଠି ଓ କିଭଳି ଅବସ୍ଥାରେ ଥିଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ l ଅମ୍ରିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ମେଡିକାଲକୁ ନେଇଛି ପୋଲିସ l ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ କୁରାଳ ଗ୍ରାମରେ ଟ୍ୟୁସନ ସାରି ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଅମ୍ରିତକୁ ଗାଁ ଦାଣ୍ଡରୁ କେହି ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା l ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ପୋଲିସ ଓ ଡ୍ରଗ ସ୍କ୍ବାର୍ଡ ପହଞ୍ଚି ଛାନଭିନ ଚଳାଇଥିଲେ l

ଇଟିିଭି ଭାରତ, ନୟାଗଡ଼

Last Updated : Dec 19, 2022, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.