ETV Bharat / state

ସ୍ଥାଣୁ ପାଲଟିଛି ପ୍ରଶାସନ; ସରୁନି ରାସ୍ତା କାମ, ବାରମ୍ବାର ଘଟୁଛି ଦୁର୍ଘଟଣା

author img

By

Published : Oct 27, 2021, 1:59 PM IST

ମରଣଯନ୍ତା ପାଲଟିଛି ନୟାଗଡ ଜିଲ୍ଲା ଲୋଧାଚୁଆ-ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା । ଦୀର୍ଘ ଦିନ ଧରି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି କାମ ସାରି ପାରୁନାହାନ୍ତି ଠିକାଦାର l ଏପଟେ ଏହି ରାସ୍ତାରେ କଳା ମୁଗୁନି ପଥର ଚୋରା ଚାଲାଣ ଦିନକୁଦିନ ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ...

ସ୍ଥାଣୁ ପାଲଟିଛି ପ୍ରଶାସନ; ସରି ପାରୁନି ରାସ୍ତା କାମ, ବାରମ୍ବାର ଘଟୁଛି ଦୁର୍ଘଟଣା

ନୟାଗଡ଼: ମରଣଯନ୍ତା ପାଲଟିଛି ନୟାଗଡ ଜିଲ୍ଲା ଲୋଧାଚୁଆ -ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା । ଦୀର୍ଘ ଦିନ ଧରି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି କାମ ସାରି ପାରୁନାହାନ୍ତି ଠିକାଦାର l ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ପୁଣି ଏହି ରାସ୍ତାରେ କଳା ମୁଗୁନି ପଥର ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏପଟେ ଗତ ଦୁଇଦିନ ଧରି ଏକ କଳାମୁଗୁନି ପଥର ବୋଝେଇ ଟ୍ରକ ରାସ୍ତାକଡ଼ରେ ଓଲଟିଯିବା ଫଳରେ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି l ଏହି ରାସ୍ତା ଉପରେ ନିର୍ଭର କରି ନିତିଦିନିଆ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗୋଟିଏ ପଟେ ରାସ୍ତା ନିର୍ମାଣ କାର୍ଯ୍ୟ ସରିନଥିବା ବେଳେ ସେହି ରାସ୍ତାରେ ଭାରି ଯାନ ଯାତାୟାତ ରାସ୍ତାର ଖରାପ ଅବସ୍ଥାକୁ ଦ୍ବି ଗୁଣିତ କରୁଛି l ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେଲା ପରେ ମଧ୍ୟ ସ୍ଥାଣୁ ପାଲଟିଛି ପ୍ରଶାସନ l ଏପଟେ ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.