ନୟାଗଡ: ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଶ୍ରମିକ ନିର୍ମାଣ । ନୟାଗଡ଼ର ଜିଲ୍ଲା ଶ୍ରମ ଅଧିକାରୀ ଲାଞ୍ଚ ମାଗିବା ଓ ନିର୍ମାଣ ଶ୍ରମିକ ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ନେଇ ପ୍ରତିବାଦ କରାଯାଇଥିଲା । କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ଓ ବିଜୁ ଶ୍ରମିକର ଶତାଧିକ କର୍ମୀ ବିଶାଳ ପଟୁଆରରେ ଆସିଥିଲେ ।
ଶ୍ରମ ଆୟୁକ୍ତ ବିରୋଧରେ ନାରାବାଜି କରିଥିଲେ । ଅନ୍ୟପକ୍ଷେ, ନୟାଗଡ଼ରେ ଶ୍ରମିକ ଶୋଷଣ ନୀତି ବିରୋଧରେ ସରକାର କୌଣସି ପଦକ୍ଷେପ ନନେଲେ। ଆଗାମୀ ଦିନରେ ନୟାଗଡ଼ରେ ଅଖଚକ ବନ୍ଦ କରିବା ନେଇ ଚେତାବନୀ ଦେଇଛି ସଂଗଠନ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ