ନୟାଗଡ଼: ମୃତ ଶ୍ରମିକଙ୍କୁ କ୍ଷତିପୂରଣ ଦାବିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଆଗରେ ମୃତଦେହ ରଖି ନୟାଗଡ଼-ଖୋର୍ଦ୍ଧା 57 ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ । ଇଟାମାଟି ତନ୍ତି ସାହିରେ ଲକ୍ଷ୍ମଣ ପେଜ ଗତକାଲି (ଶନିବାର) ଶ୍ରମିକ ଭାବେ କାମ କରୁଥିବା ବେଳେ ଅତ୍ୟଧିକ ରୁଦ୍ରତାପ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଇଟାମାଟି ଥାନା ଆଗରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ 57 ନଂ ଜାତୀୟ ରାଜପଥରେ ଦୀର୍ଘ ସମୟ ଗାଡି ଅଟକ ରହିଥିଲା । ଖବର ପାଇଁ ନୟାଗଡ଼ SDPO ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିବା ଜଣାପଡିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ