ନୟାଗଡ଼: ଜିଲ୍ଲାର 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ଆକ୍ରମଣ ଘଟଣା । ଏହାକୁ ତୀବ୍ର ପ୍ରତିବାଦ କରିଛି ନୟାଗଡ଼ ସାମ୍ବାଦିକ ସଙ୍ଘ l ଏହି ପରିପ୍ରେକ୍ଷୀରେ ରବିବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନେ ଧାରଣା ଦେଇଛନ୍ତି । ଜିଲ୍ଲାର ଶତାଧିକ ସାମ୍ବାଦିକଙ୍କ ସହ ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି l
ଅବକାରୀ SI ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ଗତ 3 ଦିନ ହେବ ଚାଲିଛି ଅହୋରାତ୍ର ଧାରଣା । ଗତକାଲି(ଶନିବାର) ଯାଏଁ ଟାଉନ ଥାନା ପରିସରରେ ଧାରଣା ଚାଲିଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଛି l ଏନେଇ ଆନ୍ଦୋଳନକାରୀ ସାମ୍ବାଦିକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ