ETV Bharat / state

ନୟାଗଡ ଝିଅ ହେଲେ ଆଇନ ବିଭାଗରେ ଟପ୍ପର, ପୂର୍ବାଷାଙ୍କୁ ମିଳିଲା ସ୍ବର୍ଣ୍ଣପଦକ

author img

By

Published : Apr 29, 2021, 2:31 PM IST

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଇନ ବିଭାଗରେ ଟପ୍ପର ହୋଇଥିବା ନୟାଗଡ଼ ରଣପୁରର ପୂର୍ବାଷାଙ୍କୁ ମିଳିଛି ସ୍ବର୍ଣ୍ଣପଦକ ଏବଂ ପ୍ରମାଣପତ୍ର । ଆଇନ ସ୍ନାତକୋତ୍ତର-2019 ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ...

ନୟାଗଡ ଝିଅ ହେଲେ ଆଇନ ବିଭାଗରେ ଟପ୍ପର
ନୟାଗଡ ଝିଅ ହେଲେ ଆଇନ ବିଭାଗରେ ଟପ୍ପର

ନୟାଗଡ଼: ଆଇନ ବିଭାଗରେ ଟପ୍ପର ପୂର୍ବାଷାଙ୍କୁ ମିଳିଲା ସ୍ବର୍ଣ୍ଣପଦକ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଇନ ବିଭାଗରେ ଟପ୍ପର ହୋଇଥିବା ନୟାଗଡ଼ ରଣପୁରର ପୂର୍ବାଷାଙ୍କୁ ମିଳିଛି ସ୍ବର୍ଣ୍ଣପଦକ ଏବଂ ପ୍ରମାଣପତ୍ର । ଆଇନ ସ୍ନାତକୋତ୍ତର-2019 ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ଟପ୍ପର ହୋଇଛନ୍ତି ।

ନୟାଗଡ ଝିଅ ହେଲେ ଆଇନ ବିଭାଗରେ ଟପ୍ପର

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଏନେଇ ଆୟୋଜିତ ସାମ୍ବତ୍ସରିକ ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ପୂର୍ବାଷାଙ୍କୁ ସ୍ବର୍ଣ୍ଣ ପଦକ ଏବଂ ମାନପତ୍ର ପ୍ରଦାନ କରିଛନ୍ତି ।

ଏନେଇ ପୂର୍ବାଷାଙ୍କ ଘରେ ଖୁସିର ଲହରୀ ଖେଳିଯାଇ ଥିବାବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପିତା ଦେବୀପ୍ରସାଦ ସାମନ୍ତରାୟ ଓ ମାତା ଗୀତାରାଣୀ ସାମନ୍ତରାୟ ଝିଅର ଏଭଳି ସଫଳତାକୁ ନେଇ ବେଶ ଖୁସିଥିବା କହିଛନ୍ତି । ସେ ଆଇନ୍ ସ୍ନାତକୋତ୍ତର ପରୀକ୍ଷାରେ ସମୁଦାୟ ୨ ହଜାର ନମ୍ବରରୁ ୧୪୦୮ ନମ୍ବର ରଖି ସ୍ୱର୍ଣ୍ଣପଦକ ହାସଲ କରିବା ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି ।

ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ମଧୁସୂଦନ ସାମନ୍ତରାୟଙ୍କ ଅଣନାତୁଣୀ ଅଟନ୍ତି ପୂର୍ବାଷା l ପୂର୍ବାଶା ଆଇନ ପାଠପଢା ସମେତ ଗୀତ ଓ ଅଭିନୟରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି l ସେ ରାଜ୍ୟ ଉଚ୍ଚନ୍ୟାୟାଳୟ ଓ ରଣପୁର କୋର୍ଟରେ ଆଇନିଜୀବୀ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ l ଏବେ ସେ ଗୋପାଳପୁର ସ୍ଥିତ ପୋର୍ଟରେ ଆଇନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.