ETV Bharat / state

ନୟାଗଡ଼ ପରୀ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

author img

By

Published : Dec 7, 2020, 9:20 PM IST

ନୟାଗଡ଼ ଜିଲ୍ଲା ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ସମ୍ବଲପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ନୟାଗଡ଼ ପରୀ ଘଟଣାର ସିବିଆଇ ତଦନ୍ତ ଦାବି କଲା ଜିଲ୍ଲା ବିଜେପି

ସମ୍ବଲପୁର : ନୟାଗଡ଼ ଜିଲ୍ଲା ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ସମ୍ବଲପୁର ଜିଲ୍ଲା ବିଜେପି । ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରି ନାଏକଙ୍କ ନେତୃତ୍ୱରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛି ଜିଲ୍ଲା ବିଜେପି।

ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଆସୁଥିବାରୁ ରାଜ୍ୟ ସରକାରଙ୍କ କୌଣସି ସଂସ୍ଥା ଏହି ଘଟଣାର ତଦନ୍ତ କଲେ ନିରପେକ୍ଷ ତଦନ୍ତ ସମ୍ଭବପର ନୁହେଁ ବୋଲି ସମ୍ବଲପୁର ଜିଲ୍ଲା ବିଜେପି କହିଛି। ରାଜ୍ୟରେ କେବଳ ପରି ନୁହେଁ ବରଂ 5503 ଶିଶୁ ନିଖୋଜ ଅଛନ୍ତି । ତେଣୁ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ବିଜେପି ଦାବି କରିଛି ।

ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ବୋଲି ଦାବି କରିଛି ସମ୍ବଲପୁର ଜିଲ୍ଲା ବିଜେପି। ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ତାର ଲଢେଇ ଜାରି ରଖିବ ବୋଲି ବିଜେପି କହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.