ETV Bharat / state

ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ଚିଠି - କଂଗ୍ରେସ ସଭାପତି ରଣଜିତ ଦାଶ

ନୟାଗଡର ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ
ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ
author img

By

Published : Feb 27, 2021, 8:09 AM IST

ନୟାଗଡ: ଦଶପଲ୍ଲା ତହସିଲର ମଞ୍ଜୁରୀ ଗ୍ରାମରେ ପ୍ରସ୍ତାବିତ ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପର ଆବଶ୍ୟକ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖିଲା ନୟାଗଡ କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଆବଶ୍ୟକୀୟ ମଞ୍ଜୁରୀ ଖୁବଶୀଘ୍ର ପ୍ରଦାନ ପାଇଁ ଦାବି କରିଛନ୍ତି ।

ନୟାଗଡ କଂଗ୍ରେସ
ନୟାଗଡ କଂଗ୍ରେସ

ବୃହତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 23000ହେକ୍ଟର ଚାଷଜମିକୁ ସବୁଦିନିଆ ଜଳସେଚିତ କରାଇବ । ଏଥିରେ ଲକ୍ଷାଧିକ ଚାଷୀ ଉପକୃତ ହେବେ । ତତ୍କାଳୀନ କଂଗ୍ରେସ ସରକାରଙ୍କ ପ୍ରସ୍ତାବିତ ଏହି ବୃତ୍ତଙ୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ପରିବେଶ ବିଭାଗ ମଞ୍ଜୁରୀ ଆବଶ୍ୟକ l

ହେଲେ କାଗଜ ପତ୍ର ଦାଖଲ କରିବାରେ ବିଳମ୍ବ ପାଇଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ବିଳମ୍ବରେ ହେଲେ ବି ରାଜ୍ୟ ସରକାର କାଗଜପତ୍ର ସହ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗକୁ ଅବଗତ କରିଛନ୍ତି l ତେଣୁ ବୃତ୍ତଙ୍ଗ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଖୁବଶୀଘ୍ର ପ୍ରଦାନ ପାଇଁ ଦୁହେଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜାଭେଡକରଙ୍କୁ ଇମେଲ କରିବା ସହ ଟ୍ବିଟ୍‌ କରି ଏହି ଦାବି ଉପସ୍ଥାପନ କରିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.