ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ନୟାଗଡ଼ ଜିଲ୍ଲାପାଳ - high court order

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାନଯାଇ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ବେଖାତିର କରୁଛନ୍ତି ନୟାଗଡ ଜିଲ୍ଲାପାଳ l ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ନୟାଗଡ଼ ଜିଲ୍ଲାପାଳ, ବହିଷ୍କୃତ ସରପଞ୍ଚ ଅଭିଯୋଗ ଶୁଣୁନାହାନ୍ତି

author img

By

Published : Jun 1, 2021, 7:40 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସାକେରୀ ପଞ୍ଚାୟତ ସରପଞ୍ଚ ବହିଷ୍କାର ମାମଲା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାନଯାଇ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ନୟାଗଡ ଜିଲ୍ଲାପାଳ ବେଖାତିର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ l

ସାକେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ରମାଗତ ଭାବେ ତିନିଗୋଟି ପଞ୍ଚାୟତ ବୈଠକରେ ଅନୁପସ୍ଥିତ ରହିଥିବା ସୂଚନା ଆଇନରେ ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ପଂଚାୟତିରାଜ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନୟାଗଡ ଜିଲ୍ଲାପାଳଙ୍କ ସମେତ ୮ ଜଣ ସରକାରୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ସେହି ପଞ୍ଚାୟତର ନିରଞ୍ଜନ ମହାପାତ୍ରଙ୍କ ସମେତ ୯ ଜଣ ୱାର୍ଡ ମେମ୍ବରଙ୍କ ମିଳିତ ଭାବେ ମାନନୀୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଯାଚିକା WP(C) 12500/2020 ଉପରେ ଶୁଣାଣି କରାଯାଇ ଗତ 1.6.2020 ତାରିଖରେ ନୟାଗଡ ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ କରି ଓଡିଶା ଗ୍ରାମ ପଞ୍ଚାୟତ ଆଇନ 115 ଧାରା ଅନୁସାରେ ୬ ମାସ ମଧ୍ୟରେ ଅର୍ଥାତ 01.12.2020 ସୁଦ୍ଧା ଆଇନ ଅନୁମୋଦିତ ଭାବେ ଚୂଡାନ୍ତ ନିର୍ଦେଶନାମା ପ୍ରକାଶ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧିଷ୍ଟ ସମୟସୀମା ନିର୍ଘଣ୍ଟ କରିଥିଲେ l ଆବେଦନକାରୀ ମାନେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ନକଲ ସହ ରିଟ ପିଟିସନ ଏବଂ ସୂଚନା ଆଇନରେ ପ୍ରାପ୍ତ ହୋଇଥିବା ପଞ୍ଚାୟତ ରିଜୋଲ୍ୟୁସନ ଖାତାର ନକଲ ସହ ଆବଶ୍ୟକୀୟ କାଗଜାତ ଜିଲ୍ଲାପାଳଙ୍କ ଅଦାଲତରେ ଦାଖଲ କରିବା ପରେ ଜିଲ୍ଲାପାଳଙ୍କ ଅଦାଲତ ମିସ କେସ ନମ୍ବର 55/2020 ପଞ୍ଜିକୃତ ହୋଇ ଉଭୟ ପକ୍ଷଙ୍କ ଜବାବ ସୁଆଲ ଗତ 11.12.2020 ତାରିଖରୁ ସମ୍ପନ୍ନ ହୋଇ ଚୂଡାନ୍ତ ଜଜମେଣ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l

ତେଣୁ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଅନୁସାରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାକେରୀ ସରପଞ୍ଚ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଚୂଡାନ୍ତ ନିର୍ଦ୍ଦେଶନାମା ଜାରି କରିବା କ୍ଷେତ୍ରରେ ଆଜକୁ ଏକବର୍ଷ ହେବାକୁ ଗଲାଣି ତଥାପି କୌଣସି ଚୂଡାନ୍ତ ନିର୍ଦ୍ଦେଶ ନହେବା କୋଉଠି ନା କୋଉଠି ରାଜନୈତିକ ଚାପରେ ଜିଲ୍ଲାପାଳ ଫାଇଲ ବନ୍ଦ କରି ବସିଥିବା କହିଛନ୍ତି ଆଇନଜୀବି ରଣଜିତ ଦାଶ l ପଞ୍ଚାୟତ କାର୍ଯ୍ୟକାଳ ସରିବା ପାଇଁ ଆଉ ଅଳ୍ପକେଇ ମାସ ବାକି ଥିବାବେଳେ ଆବେଦନକାରୀ ୱାର୍ଡ ମେମ୍ବର ମାନେ ନ୍ୟାୟ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଫୁ କରି ଦିଆଯାଉଛି l ଜିଲ୍ଲାପାଳ ମହୋଦୟାଙ୍କ ଏଭଳି ଅଦାଲତ ଅବମାନନା ମନୋବୃତି ପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଆଇନଜୀବି ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.