ETV Bharat / state

ସରପଞ୍ଚ ହେବ ତ ଏମିତି: ମହାମାରୀରେ ମହାନତା ଦେଖାଇ ଚର୍ଚ୍ଚାରେ ଭାଟସାହି ସରପଞ୍ଚ

ମହାମାରୀ ସମୟରେ ମହାନତା ଦେଖାଇ ଚର୍ଚ୍ଚାରେ ନୟାଗଡ ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ । କୋଟିଏରେ ଏପରି ଗୋଟିଏ ସରପଞ୍ଚ ମିଳନ୍ତି ବୋଲି ସାଧାରଣରେ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ସରପଞ୍ଚ ହେବ ତ ଏମିତି: ମହାମାରୀରେ ମହାନତା ଦେଖାଇ ଚର୍ଚ୍ଚାରେ ଭାଟସାହି ସରପଞ୍ଚ
ସରପଞ୍ଚ ହେବ ତ ଏମିତି: ମହାମାରୀରେ ମହାନତା ଦେଖାଇ ଚର୍ଚ୍ଚାରେ ଭାଟସାହି ସରପଞ୍ଚ
author img

By

Published : Jun 19, 2021, 12:29 PM IST

Updated : Jun 22, 2021, 5:43 PM IST

ନୟାଗଡ଼: ଏ ହେଉଛନ୍ତି ନୟାଗଡ଼ ଜିଲ୍ଲା ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ l ମହାମାରୀରେ ତାଙ୍କ ମହାନତା ପାଇଁ ସେ ଏବେ ଚର୍ଚ୍ଚାରେ l କୋରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ଚାଲିଯାଉଛି ଶହ ଶହ ଜୀବନ l ଅକ୍ସିଜେନରର ଏହି ସଙ୍କଟ ସମୟରେ ନୟାଗଡ ଜିଲ୍ଲାବାସୀଙ୍କ ପାଇଁ 20 ଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଛନ୍ତି ସରପଞ୍ଚ କିଶୋର ଚନ୍ଦ୍ର ସାହୁ l

ସରପଞ୍ଚ ହେବ ତ ଏମିତି: ମହାମାରୀରେ ମହାନତା ଦେଖାଇ ଚର୍ଚ୍ଚାରେ ଭାଟସାହି ସରପଞ୍ଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ଭାବି ଏସବୁ କରୁଥିବା ସେ କହନ୍ତି । ପ୍ରତିଟି କାର୍ଯ୍ୟରେ ନୟାଗଡ଼ର ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଉତ୍ସାହିତ କରନ୍ତି ବୋଲି କିଶୋର କହିଛନ୍ତି l କିଛିଦିନ ତଳେ ଜନସାଧାରଣଙ୍କ ପାଇଁ ୨୪ ଘଣ୍ଟିଆ ମାଗଣା 'ତଅପୋଇ ଆମ୍ବୁଲାନ୍ସ ସେବା' ଆରମ୍ଭ କରିଥିଲେ, ଯାହାର ସମସ୍ତ ଖର୍ଚ୍ଚ ନିଜେ ସରପଞ୍ଚ କିଶୋର ବହନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶହ ଶହ ଜନତା ଯୁବ ସରପଞ୍ଚ କିଶୋରଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ l ଆମ୍ବୁଲାନ୍ସର ସେବା ଏବେ ଲୋକେ ପାଉଛନ୍ତି l କେବଳ ସେତିକି ନୁହେଁ ବାହାର ରାଜ୍ୟରୁ ଆସି ଭାଟସାହି ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନର ଅବଧି ପୂରଣ କରିଥିବା ପ୍ରବାସୀ ସରପଞ୍ଚଙ୍କ ଆତିଥେୟତାକୁ ସାରା ଜୀବନ ଭୁଲି ପାରିବେ ନାହିଁ l ବିଦାୟ ନେବାବେଳେ ଲୁହ ଛଳଛଳ ଆଖିରେ, ଭାବ ବିହ୍ୱଳ ହୋଇ କୋଟିଏରେ ଗୋଟିଏ ଏମିତି ସରପଞ୍ଚ ଥାନ୍ତି ବୋଲି କହିଥିଲେ ପ୍ରବାସୀ l

କୋରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଗାଁକୁ ଗାଁ ବୁଲି ରାଜ୍ୟ ବାହାରେ ଫସିରହିଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଥିଲେ l ମହାମାରୀର ସଫଳ ମୁକାବିଲା ପାଇଁ ସରପଞ୍ଚ କିଶୋର ଏବଂ ତାଙ୍କ ଧର୍ମପତ୍ନୀ ସାରଦା ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୨ ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ l ସେହିପରି ପଞ୍ଚାୟତର ଗରିବ ଅସହାୟ ଲୋକଙ୍କୁ ନିଜ ପକେଟରୁ ରନ୍ଧା ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ l ତେବେ ଏପରି ମହାମାରୀ ସମୟରେ ମହାନତା ଦେଖାଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସରପଞ୍ଚ କିଶୋର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jun 22, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.