ETV Bharat / state

ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁକ୍ତ 3 ପରୀକ୍ଷା ଫଳ ପ୍ରକାଶିତ, ପାସହାର 87.69 ପ୍ରତିଶତ

author img

By

Published : Oct 30, 2020, 6:29 PM IST

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଯୁକ୍ତ 3ରେ ମୋଟ ପାସହାର 87.69 ପ୍ରତିଶତ ରହିଛି। ଅଧିକ ପଢ଼ନ୍ତୁ...

ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁକ୍ତ 3 ପରୀକ୍ଷା ଫଳ ପ୍ରକାଶିତ, ମୋଟ ପାସହାର 87.69 ପ୍ରତିଶତ

ନୟାଗଡ଼: ପ୍ରକାଶ ପାଇଲା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ। ଚଳିତ ବର୍ଷ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ 3ରେ ମୋଟ ପାସହାର 87.69 ପ୍ରତିଶତ ରହିଛି। ବିଜ୍ଞାନରେ ୮୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ସେହିଭଳି କଳାରେ ୯୩.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ବାଣିଜ୍ୟରେ ୭୧.୩୦ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।

ବିଜ୍ଞାନରେ ଛାତ୍ର ଅବିନାଶ କର ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିଭଳି କଳାରେ ଟପ୍ପର ହୋଇଛନ୍ତି ଆଲୋକ କୁମାର ସାହୁ। ବାଣିଜ୍ୟ ବିଭାଗରେ ରଜତ କୁମାର ସାହୁ ଟପ୍ପର ହୋଇଛନ୍ତି। ତେବେ ଚଳିତ ବର୍ଷ ପ୍ରତ୍ୟେକ ବିଭାଗରେ ଛାତ୍ରମାନେ ବାଜିମାତ କରିଛନ୍ତି। ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ଛାତ୍ରମାନେ ଖୁସୀ ଜାହିର କରିଛନ୍ତି। ଏଥିପାଇଁ ପରୀକ୍ଷା ପୂର୍ବରୁ ବହୁ ପରିଶ୍ରମ କରିଥିବା ଛାତ୍ରମାନେ କହିଛନ୍ତି।

ଏହି ଅବସରରେ କୃତି ଛାତ୍ରଙ୍କୁ ମହାବିଦ୍ୟାଳୟର ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଛାତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଡ଼ଃ . ଜାନକୀନାଥ ଦାଶ, ଉପ ପରୀକ୍ଷା ନିୟନ୍ତ୍ରକ ବ୍ରଜବନ୍ଧୁ ବେହେରା, ପ୍ରଶାସନିକ ମୁଖ୍ୟ ଅଧ୍ୟାପକ ଶିବ ପ୍ରସାଦ ଦାଶ, ଅଧ୍ୟାପକ ଡ. ଲକ୍ଷ୍ମୀଧର ସାହୁ, ଡ. ପ୍ରଦୀପ ଆଚାର୍ଯ୍ୟ,ଯୋଗେନ୍ଦ୍ର ପରିଡା, ପ୍ରମୁଖ ଉପସ୍ଥିତ ରହି ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.