ETV Bharat / state

ନୟାଗଡରେ ଅଣାୟତ୍ତ ଜଙ୍ଗଲ ନିଆଁ, ଜାରି ହେଲା ହେଲ୍ପଲାଇନ ନମ୍ବର

author img

By

Published : Apr 16, 2021, 8:36 PM IST

ନୟାଗଡର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ସମେତ ଜିଲ୍ଲାର 8 ଟି ବ୍ଲକର ବହୁ ଜଙ୍ଗଲରେ ନିଆଁ ଲାଗି ପ୍ରାୟ 138 ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ଯେଉଁ ସ୍ଥାନରେ ନିଆଁ ଲାଗୁଛି ଏବଂ ଯେଉଁମାନେ ନିଆଁ ଲଗାଉଛନ୍ତି ତାଙ୍କ ସମ୍ପର୍କରେ ସୂଚନା ଦେଲେ ନାମ ଗୋପନ ରଖାଯାଇ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ...

ନୟାଗଡ଼ରେ ଅଣାୟତ୍ତ ଜଙ୍ଗଲ ନିଆଁ, ଜାରି ହେଲା ହେଲ୍ପଲାଇନ ନମ୍ବର

ନୟାଗଡ଼ : ଦିନେ ନୁହେଁ କି ଦୁଇଦିନ ନୁହେଁ ପ୍ରାୟ ଏକ ମାସ ହେବ ନୟାଗଡ଼ର ବହୁ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ନୟାଗଡର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ସମେତ ଜିଲ୍ଲାର 8 ଟି ବ୍ଲକର ବହୁ ଜଙ୍ଗଲରେ ନିଆଁ ଲାଗି ପ୍ରାୟ 138 ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ଜଙ୍ଗଲରୁ ପଶୁ ଶିକାର, କାଠ ଚୋରୀ ଓ ଚାଷ ସୁବିଧା ପାଇଁ ଦୁର୍ବୃତ୍ତ ମାନେ ନିଆଁ ଲଗାଉଥିବା ଅଭିଯୋଗ ହେଉଛି । ନିଆଁ ଲିଭା କାର୍ଯ୍ୟରେ ଶତାଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତଥାପି ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ । ସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରିବା ସହ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କଲେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା ମଧ୍ୟ କରିଛି ବନ ବିଭାଗ ।

ନୟାଗଡ଼ ଜିଲ୍ଲା ବାଣିଗୋଛା ଏବଂ ଦଶପଲ୍ଲା ଜଙ୍ଗଲରେ 15 ଦିନ ହେବ ଲାଗିଥିଲା ନିଆଁ । ବହୁ ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି । କେବଳ ଦଶପଲ୍ଲା ବନାଞ୍ଚଳ ନୁହେଁ ପ୍ରାୟ 1 ମାସ ଧରି ଜିଲ୍ଲାର 8 ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ଜଳୁଛି । ଗଣିଆ ବ୍ଲକର ବାଇଶିପଲ୍ଲୀ ଅଭୟାରଣ୍ୟ ସମେତ ନୟାଗଡ଼ ବ୍ଲକର ଶୁଲିଆ, ପଞ୍ଚୁପାଣ୍ଡବ, ହାତୀମୁଣ୍ଡା, ରାଜଗିରି, ଶୁକରମଲ୍ଲ, ଓଡ଼ଗାଁ ରେଞ୍ଜର ଗୋଛା, ଗୟଳସିହ ପ୍ରଭୁତି ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗି ପ୍ରାୟ 138 ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଛି । ଶାଳ, ପିଆଶାଳ ,ଶାଗୁଆନ ,ବାଉଁଶ,କାଜୁ ଓ ବ୍ୟାପକ ଔଷଧୀୟ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଯାଇଛି । କେବଳ ସେତିକ ନୁହେଁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗିବାରୁ ବନ୍ୟଜନ୍ତୁଙ୍କ ଜୀଵନ ପ୍ରତି ସୃଷ୍ଟି ହୋଇଛି ବିପଦ । ସେପଟେ ନିଆଁକୁ ଆୟତ୍ତ ପାଇଁ ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପାଖାପାଖି 500 ବନ କର୍ମଚାରୀ ଓ ଭିଏସଏସ୍ ଉଦ୍ୟମରେ ନିଆଁ ଲିଭା କାର୍ଯ୍ୟ ଚାଲିଛି । ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲ ତଳିଆ ଗାଁର ଲୋକଙ୍କୁ ସଚେତନ କରିବା ସହ ସହଯୋଗ କରିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ପରିବେଶବିତ।ସେପଟେ ବନ ବିଭାଗ ପକ୍ଷରୁ ଦର୍ଶାଯାଇଛି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ମନୁଷ୍ୟକୃତ । ବନ୍ୟଜନ୍ତୁ ଶିକାର ପାଇଁ କିଛି ଅସାମାଜିକ ବ୍ୟକ୍ତି ନିଆଁ ଲଗାଉଛନ୍ତି । ନିଆଁ ଲାଗିବା ସ୍ଥାନକୁ ସାଟେଲାଇଟ ଦ୍ୱାରା ନିରୁପଣ କରିବାରେ ବିଲମ୍ବ ହେତୁ ନିଆଁ ଭୟଙ୍କର ରୂପ ଧାରଣ କରୁଛି । 4 ମାସ ହେଲା ଜିଲ୍ଲାରେ ବର୍ଷା ହୋଇ ନଥିବାରୁ ଜଙ୍ଗଲରେ ନିଆଁ ଲାଗିଲା ମାତ୍ର, ତାହା ପବନ ବେଗରେ ମାଡି ଯାଉଛି । ଜିଲ୍ଲାର ସମସ୍ତ ସରପଞ୍ଚ ମାନଙ୍କ ସହାୟତା ଲୋଡିଛି ବନ ବିଭାଗ । ଯେଉଁ ସ୍ଥାନରେ ନିଆଁ ଲାଗୁଛି ଏବଂ ଯେଉଁମାନେ ନିଆଁ ଲଗାଉଛନ୍ତି ତାଙ୍କ ସମ୍ପର୍କରେ ସୂଚନା ଦେଲେ ନାମ ଗୋପନ ରଖାଯାଇ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ।ଚୋର ଗଲା ପରେ ବୁଦ୍ଧି ଦିଶିବା ଭଳି ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେବା ପରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନୟାଗଡ଼ ବନ ବିଭାଗର ସଚେତନ କାର୍ଯ୍ୟକ୍ରମ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.