ETV Bharat / state

ପୋଲିସ ଉପରକୁ ଲୁଟେରା ଗ୍ୟାଙ୍ଗର ଗୁଳି ଚଳାଇବା ଘଟଣା: ରିମାଣ୍ଡରେ ଆସିବେ ଲୁଟେରା

author img

By

Published : May 14, 2022, 3:28 PM IST

ପୋଲିସ ଉପରକୁ ଲୁଟେରା ଗ୍ୟାଙ୍ଗର ଗୁଳି ଚାଳନା ଘଟଣା । ରିମାଣ୍ଡରେ ଆସିବେ ଲୁଟେରା ଗ୍ୟାଙ୍ଗ । ଅଧିକ ପଢନ୍ତୁ

ପୋଲିସ ଉପରକୁ ଲୁଟେରା ଗ୍ୟାଙ୍ଗର ଗୁଳି ଚାଳାଇବା ଘଟଣା:ରିମାଣ୍ଡରେ ଆସିବେ ଲୁଟେରା ଗ୍ୟାଙ୍ଗ

ନୟାଗଡ଼ : ଜିଲ୍ଲା ଶରଣକୁଳ ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ କରିଥିଲା । ଏହି ସମୟରେ ଲୁଟେରା ଦଳ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ।

ସେମାନେ ହେଲେ ଖଇରପଟି ଗାଁର ରମେଶ ବେହେରା ଓରଫ ବାଇନ, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ ଓରଫ କାହ୍ନା ଏବଂ ଗୋଡ଼ିପଡ଼ା ଫାଣ୍ଡି କଇଁଫୁଲିଆ ଗାଁର ଅଶୋକ ସେନାପତି ଓରଫ ବୁଲୁ l ଏମାନେ ଅନେକ ଚୋରି, ରାହାଜାନି, ଡକାୟତି ଘଟଣାରେ ସମ୍ପୃକ୍ତ ରହିଛନ୍ତି l କେବଳ ନୟାଗଡ଼ ଜିଲ୍ଲା ନୁହେଁ ଏହାର ପଡୋଶୀ ଜିଲ୍ଲାରେ ମଧ୍ୟ ଚୋରି ରାହାଜାନି କରିଛନ୍ତି l ତେଣୁ ଅଧିକ ତଦନ୍ତ ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବା ନେଇ ସୂଚନା ଦେଇଛି l

ପୋଲିସ ଉପରକୁ ଲୁଟେରା ଗ୍ୟାଙ୍ଗର ଗୁଳି ଚଳାଇବା ଘଟଣା: ରିମାଣ୍ଡରେ ଆସିବେ ଲୁଟେରା

ଏନେଇ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଶରଣକୁଳ ଥାନାରେ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏହି ୩ ଜଣ ବିଭିନ୍ନ ସ୍ଥାନରେ ଲୁଟ ଓ ରାହାଜାନୀ ଚଳାଇ ଆସୁଥିବା ପୋଲିସ ପାଖରେ ଖବର ଥିଲା । ଲୋକଙ୍କ ଠାରୁ ରାସ୍ତାରୁ ମୋବାଇଲ ଏବଂ ବାଇକ୍ ଛଡ଼ାଇ ନେଉଥିଲେ ଏହି ଲୁଟେରା ଗ୍ୟାଙ୍ଗ । ତେବେ ଶରଣକୁଳ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ୩ ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ୍‌ କରିବା ପରେ ଖଇରପଟିରେ ଥିବା ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲେ ।

ଗୁରୁବାର ଭୋର୍ ସମୟରେ ଶରଣକୁଳ ପୋଲିସ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖୁଦେଖୁ ସେମାନେ ଗୁଳି ଚଳାଇଥିଲେ । ସୌଭାଗ୍ୟବଶତଃ ଗୁଳି କାହା ଦେହରେ ବାଜିନଥିଲା । ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ତାଙ୍କ ଠାରୁ ୫ଟି ବାଇକ୍, ୫ଟି ମୋବାଇଲ୍ ଏବଂ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ତେବେ ପୋଲିସକୁ ହତ୍ୟା ଉଦ୍ୟମ ନେଇ ମାମଲା ମଧ୍ୟ ରୁଜ୍ଜୁ କରିଛି । ଜବତ ବାଇକ୍ ଗୁଡ଼ିକ ଚୋରା କି ନୁହେଁ ତାହାର ତଦନ୍ତ କରାଯାଉଛି l କିନ୍ତୁ 24 ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ କୋର୍ଟ ଚାଲାଣ କରାଯାଇଛି l ତେଣୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ପୋଲିସ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.