ନୟାଗଡ଼: ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାକୁ ବସିଛି । ଅମାନିଆ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି (ଶୁକ୍ରବାର) 164 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯଦିଓ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ଏହାର କାରଣ ଟେଷ୍ଟିଙ୍ଗ ମଧ୍ୟ କମିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପାଖାପାଖି 3 ହଜାର ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଜଣାଯାଇଛି ।
ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କୋରୋନାରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହେଲାଣି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଈଟିଭି ଭାରତ