ETV Bharat / state

ପେଟ୍ରୋଲ ପମ୍ପ୍‌ରେ ବୋମା ମାଡ଼ କରି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ

author img

By

Published : Nov 17, 2022, 2:25 PM IST

ପେଟ୍ରୋଲ ପମ୍ପରେ ବୋମା ମାଡ କଲେ ଦୁର୍ବୃତ୍ତ । ମରଣାନ୍ତଙ୍କ ଆକ୍ରମଣ କରି କର୍ମଚାରୀଙ୍କ ଠାରୁ ନେଇଗଲେ ଦେଢ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ପେଟ୍ରୋଲ ପମ୍ପରେ ବୋମା ମାଡ଼ କରି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ

ନୟାଗଡ଼: ପେଟ୍ରୋଲ ପମ୍ପରେ ବୋମା ମାଡ଼ । ବୋମା ମାଡ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ନୟାଗଡ଼ ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାର ରାଜକିଆରୀ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ୧ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଲୁଟେରା । ଘଟଣାର ଛାନଭିନ କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ରାଜକିଆରୀ ପେଟ୍ରୋଲ ପମ୍ପକୁ ୬ ଜଣ ବ୍ୟକ୍ତି ଏକ କାର ଓ ସ୍କୁଟିରେ ପେଟ୍ରୋଲ ପକାଇବାକୁ ଆସିଥିଲେ । ସେଠାରେ ଥିବା କର୍ମଚାରୀଙ୍କୁ ୮୦ ଟଙ୍କାର ପେଟ୍ରୋଲ ପକାଇବାକୁ କହିଥିଲେ ।

ଏହାପରେ କର୍ମଚାରୀ ସଂଗ୍ରାମ କେଶରୀ ରାଉତ ପେଟ୍ରୋଲ ଦେବା ସମୟରେ କାରରୁ ଦୁଇଜଣ ଆସି ଭୁଜାଲିରେ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆଉ ଦୁଇଜଣ ବୋମା ମାଡ଼ କରିଥିଲେ । ଏହା ପରେ ପେଟ୍ରୋଲ ପମ୍ପରେ ଥିବା ସିସିଟିଭିକୁ ଭାଙ୍ଗିବା ସହିତ କର୍ମଚାରୀ ସୁବାଷ ସେଠୀ, ସଂଗ୍ରାମ କେଶରୀ ରାଉତ ଓ ଦାଶରଥି ବେହେରା ଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଛଡାଇ ନେଇ ସହିତ ମରଣାତ୍ମକ ଆକ୍ରମଣ କରିଥିଲେ । ଏହାପରେ ଟଙ୍କା ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା

ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଥିବାବେଳେ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ମାନଙ୍କର ଚିକିତ୍ସା କଜାରି ରହିଛି । ତେବେ ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାରେ ଏଭଳି ଘଟଣା ପରେ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ । ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତଦନ୍ତ ଜାରି ରହିଛି । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇ ନଥିବା ବେଳେ ଦୁର୍ବୃତ୍ତଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.