ETV Bharat / state

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର

author img

By

Published : Nov 4, 2022, 8:39 PM IST

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ହୋଇଥିବା ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର । ଅଧିକ ପଢନ୍ତୁ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର

ନୟାଗଡ଼: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ବାଲିଆ ଗାଁରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗର୍ଭବତୀ କରି ଯୁବକ ଜଣକ ଛାଡ଼ିଦେବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିନଥିବା କହିଛନ୍ତି ପୀଡ଼ିତାଙ୍କ ପିତା ।

ବାଲିଆ ଗ୍ରାମର ଲକ୍ଷ୍ମୀଧର ଲେଙ୍କାଙ୍କ ପୁଅ ସାଗର କୁମାର ଲେଙ୍କା ସେହି ଗ୍ରାମର ଜନୈକ ନାବାଳିକା ସହ ଦୀର୍ଘ ୨ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ନାବାଳିକାର ଅନିଚ୍ଛା ସତ୍ତ୍ବେ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ୨ ମାସର ଗର୍ଭବତୀ କରିଥିଲେ । ପରେ ପ୍ରେମିକା ଜଣକ ବିବାହ କରିବା ପାଇଁ କହିବାରୁ ପ୍ରେମିକ ବିବାହ କରିବାକୁ ମନା କରିବା ସହ ଜୀବନରୁ ମାରିଦେବାକୁ କହିଥିବା ଅଭିଯୋଗ ହୋଇଛି । ସେପଟେ ନ୍ୟାୟ ପାଇଁ ରଣପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି ନାବାଳିକାର ପରିବାର ଲୋକେ l

ଏହା ବି ପଢନ୍ତୁ- ପାରିବାରିକ କଳହରୁ ବହିଲା ରକ୍ତର ନଦୀ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରଣପୁର ଥାନା ଅଞ୍ଚଳର ସାଗର କୁମାର ଲେଙ୍କା ବାଲିଆ ଗାଁର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ପରେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ଗର୍ଭପାତ କରିଥିବା ଅଭିଯୋଗ ହୋଇଛି l ଏପରିକି ଏହି ଘଟଣାରେ ସାଗର ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନାବାଳିକାଙ୍କ ବାପା ରଣପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ କରିନାହିଁ ।

ତେବେ ଅଭିଯୁକ୍ତ ଜଣକ ସମ୍ଭ୍ରାନ୍ତ ଘରର ହୋଇଥିବାରୁ ପୋଲିସ ଗିରଫ କରୁନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ପୀଡ଼ିତାଙ୍କ ବାପା । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଗର ଫେରାର ଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରିନାହିଁ । ଏପଟେ ନାବାଳିକାଙ୍କ ପରିବାର ଲୋକେ ନ୍ୟାୟ ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.