ETV Bharat / state

ନୟାଗଡ଼ରେ କୋରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ, ସଚେତନତା ପାଇଁ ନିବେଦନ - ମନ୍ତ୍ରୀ ଅରୁଣ ସାହୁ

ନୟାଗଡ ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଅରୁଣ ସାହୁ । ସଚେତନ ରହିବା ସହ କୋଭିଡ ଗାଇଡଲାଇନ ପାଳନ ପାଇଁ ଜିଲ୍ଲାବାସୀଙ୍କୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

ନୟାଗଡ଼ରେ କରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ : ସଚେତନତା ପାଇଁ ନିବେଦନ

author img

By

Published : May 19, 2021, 6:06 PM IST

ନୟାଗଡ: ଭର୍ଚୁଆଲରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ସମସ୍ତ ଗ୍ରାମପଞ୍ଚାୟତ କୋଭିଡ୍ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି l ଜିଲ୍ଳାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚ ଶିକ୍ଷା ଵିଭାଗ ତଥା ନୟାଗଡ଼ର ବିଧାୟକ ଅରୁଣ ସାହୁ ଉପସ୍ଥିତ ଥିଲେ ।

କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପିବା ସହ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁଠାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହାର କାରଣ ଅସାବଧାନତା, ସଂକ୍ରମଣ ପ୍ରତି ମନୋଭାବ , ମାସ୍କ ବ୍ୟବହାର ନ କରିବା , ଆମକୁ କରୋନା ହେବ ନାହିଁ ବୋଲି ଭାବନା ତଥା ଲକ୍ଷଣ ଗୁଡିକୁ ଅତି ହାଲକା ଭାବେ ଗ୍ରହଣ କରି ରୋଗୀକୁ ଘରେ ଲୁଚାଇବା, ସଂଗରୋଧରେ ନ ରହିବା ଆଦି । ଏହାଛଡ଼ା ଗାଁ ଗାଁରେ ଅଷ୍ଟପ୍ରହରୀ, ଭୋଜି ଭାତ, ବିବାହ ଆଦି କାର୍ଯ୍ୟକ୍ରମରେ ଅତ୍ୟଧିକ ଗହଳି, ଗାଁ ଗାଁରେ ମେଳି ହୋଇ ତାସ ଖେଳ ଇତ୍ୟାଦି l

ମନ୍ତ୍ରୀ ଅରୁଣ ସାହୁ ଅତି ଦୁଃଖର ସହିତ ଏଗୁଡ଼ିକୁ ନ କରିବା ପାଇଁ ସମସ୍ତ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାର ଜିଲ୍ଲାପାଳ ଓ ପ୍ରଶାସନ ବହୁତ ଚେଷ୍ଟା ଚଳାଇଛନ୍ତି ଏହି ମହାମାରୀ ଘାତକକୁ ଅଟକାଇବା ପାଇଁ ଏବଂ ସେ ବହୁତ ଭଲ କାମ କରୁଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ଲୋକଙ୍କୁ ସଚେତନ କରିବା ପ୍ରଶାସନକୁ ଜଣାଇବା ଆଦି କାର୍ଯ୍ୟକ୍ରମମାନ ସରପଞ୍ଚ ଦେଖିପାରିବେ l ସବୁକୁ ଜଣେ ସରପଞ୍ଚ ଚାହିଁଲେ ଅଟକାଇ ପାରିବେ । ଜିଲ୍ଲାପାଳ ଲୋକ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କହିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.