ETV Bharat / state

ବସଷ୍ଟାଣ୍ଡରେ ଦ୍ବିତୀୟ ଥର ପାଇଁ ଅଭିଯୋଗ ଶୁଣିଲେ ଅରୁଣ - Minister Arun sahoo hearing people's problem

ନୟାଗଡ଼ ପୁରୁଣା ବସଷ୍ଟାଣ୍ଡରେ ଦ୍ବିତୀୟ ଥର ପାଇଁ ଜନଶୁଣାଣି କରିଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ଅନେକ ସମୟରେ ସରକାରୀ ବାବୁ ସାଧାରଣ ଲୋକଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନଥିବାରୁ ଅରୁଣ ସାହୁଙ୍କ ପ୍ରୟାସରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ତାଙ୍କର ଏହି ପ୍ରୟାସକୁ ସାଧାରଣ ଲୋକେ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jul 21, 2019, 5:43 PM IST

ନୟାଗଡ: ଦ୍ବିତୀୟ ଥର ପାଇଁ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡରେ ଜନଶୁଣାଣି କରିଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ତାଙ୍କର ଏହି ପ୍ରୟାସକୁ ସାଧାରଣ ଲୋକେ ବେଶ ପସନ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଆଜି(ରବିବାର) ସକାଳେ ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ ବସଷ୍ଟାଣ୍ଡରେ ପହଞ୍ଚି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ । ସାଧାରଣ ଲୋକେ ନିଜର ବିଭିନ୍ନ ସମସ୍ୟା ନେଇ ସରକାରୀ ଅଫିସକୁ ଯାଇଥାନ୍ତି । ହେଲେ ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥାନ୍ତି ସରକାରୀ ବାବୁ । ମାତ୍ର ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରୟାସରେ ନୟାଗଡରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ ସହରବାସୀଙ୍କ ଅନେକ ସମସ୍ୟାର ସମାଧାନ ସହଜରେ ହୋଇପାରୁଛି ବୋଲି ସାଧାରଣ ଲୋକେ କହିଛନ୍ତି ।

ଏଥିସହିତ ଲୋକମାନେ ମଧ୍ୟ ଅତି ନିକଟରୁ ମନ୍ତ୍ରୀଙ୍କ ପାଖରେ ସିଧାସଳଖ ପହଞ୍ଚି ନିଜ ଅସୁବିଧା ସମ୍ପର୍କରେ ଅବଗତ କରାଇପାରଛନ୍ତି । ଏହି କ୍ରମରେ ଆଜି ସକାଳ 8ଟାରୁ ପ୍ରାୟ 11 ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମନ୍ତ୍ରୀ ଅରୁଣ ସାହୁ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ଦୂତୀୟ ଥରପାଇଁ ନୟାଗଡ଼ ବସ ଷ୍ଟାଣ୍ଡରେ ଜନଶୁଣାଣୀ କରିଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ଏହିପ୍ରକାର ପ୍ରୟାସ କୁ ସାଧାରଣରେ ସମସ୍ତେ ପସନ୍ଦ କରିଛନ୍ତି। ।

Body:ଆଜି ସକାଳେ ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ ବସ ଷ୍ଟାଣ୍ଡରେ ପହଂଚି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଛନ୍ତି । ବିଭିନ ସମୟରେ ସରକାରୀ ଅଫିସକୁ ଦଉଡି ଦଉଡି ସାଧାରଣ ଜନତା ଥକି ପଡନ୍ତି । କିନ୍ତୁ ସେମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ । ନୟାଗଡ଼ ବିଧାୟକଙ୍କ ଏହି ଅଜିଯୋଗ ପ୍ରକୋଷ୍ଠ ଖୋଲିବା ଦ୍ୱରା ସୁବିଧାରେ ସମସ୍ୟାର ସମାଧାନ ହୋଇପାରିଛି ବୋଲି କହିଛନ୍ତି । ଲୋକମାନେ ମଧ୍ୟ ପାଖରୁ ମନ୍ତ୍ରୀଙ୍କ ପଖରେ ପହଂଚି ସେମାନଙ୍କର ଅସୁବିଧା ସମ୍ପର୍କରେ ଅବଗତ କରାଇପାରୁଛନ୍ତି । ଆଜି ସକାଳ 8 ରୁ ମନ୍ତ୍ରୀ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ ଓ ପ୍ରାୟ ଦିନ 11 ଟା ସମୟ ପର୍ଯ୍ୟନ୍ତ ଲୋକଙ୍କ ଅସୁବିଧା ଶୁଣିଥିଲେ ।

Conclusion:ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ଅଜିଯୋଗ ପ୍ରକୋଷ୍ଠ କୁ ସମସ୍ତେ ସ୍ୱାଗତ କରିଛନ୍ତି । ଓ ଲୋକମାନେ ସୁବିଧାରେ ସେମାନଙ୍କର ସମସ୍ୟା ର ସମାଧାନ ହୋଇ ପାରୁଥିବାରୁ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.